ପୁରୀ,୩।୧୧: ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନେଇ ଗଜପତି ମହାରାଜା ସୂଚନା ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ଗଜପତି ମହାରାଜା ଏହି ସୂଚନା ଦେଇଥିବା ଜଣପାଡିଛି । ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିିଂ କାର୍ଯ୍ୟ ବି ଅନୁଧ୍ୟାନ କରିଛନ୍ତି । ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା । ୫ ଦିନ ଧରି ଚାଲିବ ପୂଜାର୍ଚ୍ଚନା । ଏ ନେଇ ଆଜି ଗଜପତି ମହାରାଜା ସୂଚନା ଦେଇଛନ୍ତି। ଆଜି ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ସୂଚନା ଦେଇଛନ୍ତି ଗଜପତି ମହାରାଜ । ଶ୍ରୀସେତୁ, ଜଗନ୍ନାଥ ବଲ୍ଳଭ ପାର୍କିଂ କାର୍ଯ୍ୟ ବୁଲ ଅନୁଧ୍ୟାନ କରିଥିଲେ। ନିର୍ମାଣ କାର୍ଯ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ଡିସେମ୍ବର ସୁଦ୍ଧା ସରିବ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ, ତୀର୍ଥଯାତ୍ରୀ କେନ୍ଦ୍ରର କାମ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ବଡ଼ଦାଣ୍ଡର ସମ୍ପ୍ରସାରଣ ହେବ |ତେବେ ପରିକ୍ରମା ପ୍ରକଳ୍ପର ସମୀକ୍ଷା ପରେ ଗଜପତି କହିଛନ୍ତି ଯେ, ‘୫ଦିନ ଧରି ହେବ ଭବ୍ୟ ଆୟୋଜନ, ପୂଜାର୍ଚ୍ଚନା । ଡିସେମ୍ବର ସୁଦ୍ଧା ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ, ତୀର୍ଥଯାତ୍ରୀ କେନ୍ଦ୍ରର କାମ ସରିବ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ବଡ଼ଦାଣ୍ଡର ସମ୍ପ୍ରସାରଣ ହେବ ।’
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |