ଭୁବନେଶ୍ବର,୪।୧୧:ପୃଥକ ପୃଥକ ଅଳିଆ ଦିଅନ୍ତୁ, ନହେଲେ ହେବ କାର୍ଯ୍ୟାନୁଷ୍ଠାନା ଆଜି କିଛି ଏଭଳି ଭାବେ ଲୋକଙ୍କୁ କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗୋ ।ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ । ବିଏମସି ଅଳିଆ ପାହାଡ ହଟାଇବା ନାଁ ଧରୁ ନ ଥିବା ବେଳେ ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣିା ଆଖପାଖ ଅଞ୍ଚଳରେ ରହିବା, ଉକ୍ତ ଅଞ୍ଚଳ ଦେଇ ଯାତାୟତ କରିବା ଅସମ୍ଭବ ହୋଇ ପଡ଼ିଲାଣି। ଏହାକୁ ନେଇ ସାରା ରାଜଧାନୀରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ବିଏମସି ଦିନ ଗଡ଼ାଇ ଚାଲିଛି। ଓଦା ଓ ଶୁଖିଲା ଆବର୍ଜନା ଅଲଗା ଆସୁନଥିବାରୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ସମସ୍ୟା ହେଉଛି । ଲୋକେ ଅଲଗା କରି ଅଳିଆ ଦିଅନ୍ତୁ । ଯେଉଁମାନେ ନିୟମ ପାଳନ କରିବେନି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର ।୬ରୁ ୭ ମାସ ମଧ୍ୟରେ ପୁରା ଅଞ୍ଚଳ ସଫା ହେବା ସହ ଅଳିଆ ପାହାଡ଼ ହଟିଯିବ ବୋଲି କହିଛନ୍ତି କମିଶନର୍ । ଅର୍ଥାତ ଏଭଳି ପରିସ୍ଥିତି ଆହୁରୀ କିଛି ମାସ ଯାଏଁ ରହିବ । ଲୋକଙ୍କୁ ଆହୁରି ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ । ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଲୋକେ ଅତିଷ୍ଠ ହେଲେଣି । ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣି । ଏହାକୁ ନେଇ ସାରା ରାଜଧାନୀରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଲୋକଙ୍କୁ କମିଶନରଙ୍କ ଏଭଳି ଅପିଲ୍ କୁ ନେଇ ଅନେକ ଚର୍ଚ୍ଚା ହେଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |