ନୂଆଦିଲ୍ଲୀ,୪/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦେଶର କୋଟି କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶର କୋଟି କୋଟି ଗରିବ ଲୋକଙ୍କୁ ସରକାର ମାଗଣାରେ ରାସନ ଯୋଗାଇବେ। ଆଗକୁ ଦୀପାବଳି ଗୋଟିଏ ସପ୍ତାହ ବାକି ଥିବା ବେଳେ ଏହି ଯୋଜନାରେ ସମ୍ପ୍ରସାରଣ ଘୋଷଣା କରି ଗରିବ ଲୋକମାନଙ୍କୁ ସରକାର ଉପହାର ଦେଇଛନ୍ତି। ବଢ଼ିବ କେନ୍ଦ୍ରର ମାଗଣା ରାସନ ଯୋଜନା ଅବଧି। ଆହୁରି ପାଞ୍ଚ ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର। ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନାରେ ଦେଶର ୮୦ କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ। ଆଗକୁ ନିର୍ବାଚନ ଥିବା ଛତିଶଗଡ଼ରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ବିଜେପି ସରକାର ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଉଛନ୍ତି। ଆପଣମାନଙ୍କର ଭଲପାଇବା ଏବଂ ଆଶୀର୍ବାଦ ମୋତେ ସର୍ବଦା ପବିତ୍ର ନିଷ୍ପତ୍ତି ନେବାକୁ ଶକ୍ତି ଦେଇଥାଏ।’ ଛତିଶଗଡ଼ରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିବା ସହ କଂଗ୍ରେସ ଉପରେ ମଧ୍ୟ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ସବୁବେଳେ ଆର୍ଥିକ ଲାଭକୁ ପ୍ରାଧାନ୍ୟ ଦେଉଥିବା ଏବଂ ବାରମ୍ବାର ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |