ଭୁବନେଶ୍ୱର,୫ା୧୧: IPS ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମୟୂରଭଞ୍ଜ ଏସ୍ପି ତଥା ୨୦୧୧ ବ୍ୟାଚ୍ର ଆଇପିଏସ୍ ଅଫିସର ବି.ଗଙ୍ଗାଧରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୨୦୧୮ ବ୍ୟାଚ୍ ଆଇପିଏସ୍ ଅଫିସର ଏସ୍. ସୁଶ୍ରୀଙ୍କୁ ଅବସ୍ଥାପିତ କରାଯାଇଛି । ସେହିଭଳି ୨୦୧୯ ବ୍ୟାଚ୍ ଆଇପିଏସ୍ ରୋହିତ ବର୍ମାଙ୍କୁ ନବରଙ୍ଗପୁରର ଏସ୍ପି ଭାବେ ବଦଳି କରାଯାଇଛି । ଏନେଇ ରାଜ୍ୟ ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ସେହିପରି ଗତ କିଛିଦିନ ତଳେ ଆଇପିଏସ୍ ସ୍ତରରେ ଛୋଟ ଅଦଳ ବଦଳ କରିଥିଲେ ରାଜ୍ୟ ସରକାର। ଗୃହ ବିଭାଗରେ ଓଏସ୍ଡି ଥିବା ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ଅରୁଣ ରାୟଙ୍କୁ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ସ୍ୱତନ୍ତ୍ର ଡିଜିପି, ଏଚ୍ଆର୍ପିସି (ମାନବାଧିକାର ସୁରକ୍ଷା ସେଲ୍) ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି। ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ କୁମାର ଛାବ୍ରା ଅବସର ନେବା ପରେ ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ଡିଜି ଭାବେ ବଦଳି କରାଯାଇଛି। ଏହା ସହିତ ଅମୃତ ମୋହନ ପ୍ରସାଦଙ୍କୁ କରେନ୍ସନାଲ ସର୍ଭିସେସ୍ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି।ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ୍ରେ ଅତିରିକ୍ତ ପୁଲିସ୍ କମିଶନର ଥିବା ୨୦୦୮ ବ୍ୟାଚ୍ର ଆଇପିଏସ୍ ଅଫିସର ଉମାଶଙ୍କର ଦାଶଙ୍କୁ ରାଜ୍ୟ ଗୁଇନ୍ଦା ଶାଖା (ଏସ୍ଆଇଡବ୍ଲ୍ୟୁ)ର ଡିଆଇଜି ଭାବେ ବଦଳି କରାଯାଇଛି।ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଥିବା ୧୯୯୨ ବ୍ୟାଚ୍ର ଆଇପିଏସ୍ ଅଫିସର ଲଳିତ ଦାସଙ୍କୁ ଅତିରିକ୍ତ ଡିଜିପି, ଏଚ୍ଆର୍ପିସି (ମାନବାଧିକାର ସୁରକ୍ଷା ସେଲ୍) ଭାବେ ବଦଳି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |