ଭୂମିକମ୍ପରେ ଥରିଲା ନେପାଳ

ନୂଆଦିଲ୍ଲୀ,,୫ା୧୧: ନେପାଳରେ  ଭୂମିକମ୍ପ । ପ୍ରତିଦିନ ଭୂକମ୍ପର ଝଟକାରେ ଥରି ଉଠୁଛି ନେପାଳର ବିଭିନ୍ନ ସହର । ୨ ଦିନ ତଳେ ହୋଇଥିବା ଭୟଙ୍କର ଭୂକମ୍ପରେ ଶହ ଶହ ଜୀବନ ଚାଲିଯାଇଛି । ଏଭଳି ଭୟାନକ ଭୂମିକମ୍ପ ପରେ ପୁଣି ଆଉ ଏକ ଭୂକମ୍ପର ଝଟକା ନେପାଳକୁ ଥରାଇ ଦେଇଛି । କାଠମାଣ୍ଡୁର ଉତ୍ତରପଶ୍ଚିମ ଦିଗରେ ଏହି ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତର ରିକ୍ଟର ସ୍କେଲରେ ୩.୬ ରେକର୍ଡ ହୋଇଥିବା ସୂଚନା ଦେଇଛି ନେସନାଲ ସେଣ୍ଟର ଫର ସେସ୍ମୋଲୋଜି । ନୋପଳବ୍ୟତୀତ ଆଫଗାନିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।ବିଳମ୍ବିତ ରାତିରେ ଆଫଗାନିସ୍ତାନର ଫୈଜାବାଦରେ ଏହି ଭୂକମ୍ପର ଝଟକା ଅନୁଭବ କରିଥିଲେ ସ୍ଥାନୀୟ ବାସିନ୍ଦା । ତେବେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫ରେକର୍ଡ ହୋଇଛି । ତେବେ ନେପାଳରେ ଏକ ବିରାଟ ବଡ଼ ଭୂମିକମ୍ପରେ ୧୫୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!