କୋଲକାତା,୫।୧୧: ଜନ୍ମଦିନ ଅବସରରେ ଆଜି ଏହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ୍ କୋହଲି।ଜନ୍ମଦିନରେ ବିରାଟଙ୍କ ‘ବିରାଟ’ କୀର୍ତ୍ତିମାନ। ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ବିରାଟ କୋହଲି। ଯେଉଁ ଇଡେନ ଗାର୍ଡେନ୍ସରେ କ୍ୟାରିଅରର ପ୍ରଥମ ଶତକ ହାସଲ କରିଥିଲେ ଆଜି ସେହି ଷ୍ଟାଡିୟମରେ ୪୯ମ ଶତକ କରିଛନ୍ତି ବିରାଟ। ଏହି ସଫଳତା ସହ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ଶତକ ରେକର୍ଡର ସମକକ୍ଷ ହୋଇ ପାରିଛନ୍ତି ରନ ମେସିନ। ଜନ୍ମଦିନ ଅବସରରେ ଆଜି ଏହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ୍ କୋହଲି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଯାଇଛନ୍ତି। ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଏବେ ସଚିନ ଓ ବିରାଟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ବିରାଟ ଆଉ ଗୋଟିଏ ଶତକ ହାସଲ କରିବା କ୍ଷଣି ସଚିନଙ୍କୁ ପଛରେ ପକାଇ ଦିନିକିଆ ଇତିହାସରେ ୫୦ତମ ଶତକ ହାସଲ କରିବାର ନୂଆ ତଥା ବିଶାଳ କୀର୍ତ୍ତିମାନର ଅଧିକାରୀ ହେବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |