ନୂଆଦିଲ୍ଲୀ,,୫।୧୧: ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ଆତଙ୍କୀ ପନ୍ନୁଙ୍କ ବଡ଼ ଚେତାବନୀ..୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ … ତାହେଲେ ମୃତ୍ୟୁ ସୁନିଶ୍ଚିତ। ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଏକ ଭିଡିଓ ଜାରି କରି ଏହି ଚେତାବନୀ ଦେଇଛି । ଏପରିକି ନଭେମ୍ବର ୧୯ ଓ ତା’ପରେ ଏୟାର ଇଣ୍ଡିଆ ବିମାନରେ ନ ଯିବା ଲାଗି ଶିଖମାନଙ୍କୁ କହିଛି ସଂଗଠନ ।ଏସଏଫଜେ ନେତା ଗୁରୁ ପତଓ୍ବନ୍ତ ସିଂ ପନ୍ନୁ ଧମକ ଦେଇ କହିଛି କି, ୧୯ ନଭେମ୍ବରରେ କୌଣସି ଶିଖ୍ ଏୟାର ଇଣ୍ଡିଆ ବିମାନରେ ଯାଆନ୍ତୁ ନାହିଁ । ସାରା ବିଶ୍ବରେ ଏୟାର ଇଣ୍ଡିଆ ବିମାନକୁ ଅବରୋଧ କରାଯିବ ଓ ସେହିଦିନ ବିଶ୍ବର କୌଣସି ସ୍ଥାନକୁ ଯିବାକୁ ଏୟାର ଇଣ୍ଡିଆ ବିମାନକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛି |ନଭେମ୍ବର ୧୯ରେ ଏୟାର୍ ଇଣ୍ଡିଆ ବିମାନ ଉପରେ ହୋଇପାରେ ବଡ ଧରଣର ଆତଙ୍କୀ ହମଲା। ବ୍ୟାନ୍ ହୋଇଥିବା ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଏକ ଭିଡିଓ ଜାରି କରି ଏହି ଚେତାବନୀ ଦେଇଛି। ନଭେମ୍ବର ୧୯ରେ ଏୟାର ଇଣ୍ଡିଆକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଧମକ ଦେଇଛି ଗୁରପତୱନ୍ତ।ଏଥିସହ, କୌଣସି ଶିଖ୍ ନଭେମ୍ବର ୧୯ରେ ଏୟାର୍ ଇଣ୍ଡିଆ ବିମାନରେ ଉଡାଣ କରନ୍ତୁ ନାହିଁ, ଜୀବନ ପ୍ରତି ବିପଦ ପଡିପାରେ ବୋଲି ଭିଡିଓରେ କହିଛି ଗୁରପତୱନ୍ତ। ସେ କହିଛି, “ନଭେମ୍ବର ୧୯ରୁ ବିଶ୍ୱସ୍ତରରେ ଅବରୋଧ ହେବ। ଏୟାର ଇଣ୍ଡିଆ ଚଳାଇବାକୁ ଅନୁମତି ଦିଆଯିବ ନାହିଁ। ଶିଖ ଲୋକମାନେ, ନଭେମ୍ବର ୧୯ ପରେ ଏୟାର ଇଣ୍ଡିଆରେ ଯାତ୍ରା କରନ୍ତୁ ନାହିଁ।”
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |