ନୂଆଦିଲ୍ଲୀ,,୫।୧୧: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩୫ ଜଣ ନେତାଙ୍କୁ ୬ ବର୍ଷ ପାଇଁ ବିଜେପି ଦଳରୁ ବହିଷ୍କୃତ କରାଯାଇଛି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ମତଦାନ ଆସନ୍ତା ୧୭ ତାରିଖରେ ହେବ ।୨୦୨୩ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ନେତାମାନଙ୍କୁ ଦଳ ୬ ବର୍ଷ ପାଇଁ ବହିଷ୍କାର କରିଛି । ସେହି ନେତାଙ୍କ ମଧ୍ୟରେ ବହୁ ପୂର୍ବତନ ମନ୍ତ୍ରୀ ଓ ଅନ୍ୟ କିଛି ଜନପ୍ରତିନିଧି ରହିଛନ୍ତି । ଚଳିତ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ଘୋଷିତ ପ୍ରାର୍ଥୀଙ୍କ ବିରୋଧରେ ଏହି ନେତାମାନେ ବିଦ୍ରୋହ କରିବା ସହିତ ବିରୋଧୀ ଦଳକୁ ସମର୍ଥନ ଜଣାଇଥିଲେ ।ନିର୍ବାଚନର ନାମାଙ୍କନ ପ୍ରତ୍ୟାହାରର ଅନ୍ତିମ ଦିବସ ଶେଷ ହେବା ପରେ ଏହି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତେବେ ଦଳ ଛାଡ଼ିଥିବା ଲୋକଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ପାଇଁ ଦଳ ପକ୍ଷରୁ ସମୟ ଦିଆଯାଇଛି । ଏହା ପୂର୍ବରୁ କଂଗ୍ରେସ ମଧ୍ୟ ୩୯ ଜଣ ନେତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ କାରଣରୁ ୬ ଜଣ ବିଧାୟକଙ୍କ ସମେତ ଏହି ସମସ୍ତ ନେତାଙ୍କ ବିରୋଧରେ କଡ଼ା ଆକ୍ସନ ଗ୍ରହଣ କରାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |