ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣରେ ବିଏସଏଫ ଯବାନ ସହିଦ

ନୂଆଦିଲ୍ଲୀ,୬।୧୧:ଛତିଶଗଡ଼ ଦାନ୍ତେୱାଡାରେ ଅଘଟଣ । ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣରେ ବିଏସଏଫ ଯବାନ ସହିଦ । ଅଚାନକ ଯବାନଙ୍କ ହ୍ୟାଣ୍ଡ ଗ୍ରେନେଡ଼ରେ ବିସ୍ଫୋରଣ ହେବାରୁ ଏଭଳି ଏକ ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି ।ରବିବାର ଦିନ ଛତିଶଗଡର ଡାଣ୍ଟେୱାଡା ଜିଲ୍ଲାରେ ହଠାତ୍ ଗ୍ରେନେଡ୍ ବିସ୍ଫୋରଣ ହେବା ଫଳରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଥିବା ଜଣେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ପୋଲ ଡ୍ୟୁଟି ପାଇଁ କାଟେକାଲାନ ପୋଲିସ ଷ୍ଟେସନରେ ବିଏସଏଫର ୭୦ ତମ ବାଟାଲିୟନର ଏକ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିବାକୁ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ଯବାନ ଜଣଙ୍କ ପିନ୍ଧିଥିବା ଏକ ଥଳିରେ ହ୍ୟାଣ୍ଡ ଗ୍ରେନେଡ ରଖାଯାଇଥିବା ବେଳେ ସେ ପାଟ୍ରୋଲିଂ ଟିମ୍ ସହ ପୋଲିସ ଷ୍ଟେସନ ପରିସରରୁ ବାହାରକୁ ଯାଉଥିଲେ। ହେଲେ ଅଚାନକ ଯବାନଙ୍କ ହ୍ୟାଣ୍ଡ ଗ୍ରେନେଡ଼ରେ ବିସ୍ଫୋରଣ ଘଟିବାରୁ ତାଙ୍କର ଦେହାନ୍ତ ହୋଇଥିବା ଠାକାର ଜଣେ ଅଧିକାରୀ କହିଛନ୍ତି । ସହିଦ ଯବାନଙ୍କ ନାମ ବଲବୀର ଚନ୍ଦ ଓ ସେ ହିମାଚଳ ପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି । ଯବାନ ଜଣକ ଅଚାନକ ଆହତ ହେବା ପରେ ତାଙ୍କୁ ତୁରନ୍ତ ଦାନ୍ତେୱାଡା ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହା ପରେ ଘଟଣା ସମ୍ପର୍କରେ ମୃତ ଯବାନଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇଥିବା କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!