ସର୍ବଭାରତୀୟ ରାଜକନିକା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ, ପପୁଲାର କ୍ଲବ୍‌,ଢ଼େଙ୍କାନାଳ ବିଜୟୀ

ରାଜକନିକା,୬/୧୧:ରାଜକନିକା ଆଥଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆର୍‌ଏନ୍ ହାଇସ୍କୁଲ ଷ୍ଟାଡିୟମରେ ଚାଲିଥିବା ୪୨ତମ ସର୍ବଭାରତୀୟ ରାଜକନିକା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନ ଖେଳରେ ପପୁଲାର କ୍ଲବ୍‌, ଢ଼େଙ୍କାନାଳ ଟ୍ରାଇବ୍ରେକର ମାଧ୍ୟମରେ ଜଗା ୟୁନାଇଟେଡ଼୍ କ୍ଲବ୍‌, ଭୁବେନେଶ୍ୱର କୁ ୫-୪ ଗୋଲରେ ହରାଇ ବିଜୟୀ ହୋଇଛି । ଉଭୟ ଦଳ ଉଚ୍ଚମାନର ଖେଳ ପ୍ରଦର୍ଶନ କରି ଉଭୟ ଦଳ ୧-୧ ଗୋଲ ଦେଇ ସମାନ ସ୍ଥିତିରେ ଶେଷ ପର୍ଯ୍ୟନ୍ତ ରହିଥିଲେ । ଏହି କାରଣରୁ ଟ୍ରାଇବ୍ରେକର ଜରିଆରେ୫-୪ ଗୋଲରେ ପପୁଲାର କ୍ଲବ୍‌, ଢ଼ୋଙ୍କାନାଳ ବିଜୟୀ ହୋଇ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ରାଜକନିକା ଥାନାର ଆଇଆଇସି ଦିଲ୍ଲିପ୍ କୁମାର ଧଳ ଏବଂ ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ଆର୍‌ଏନ୍ ହାଇସ୍କୁଲର ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ଦଳାଇ, ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ବିଚିତ୍ର କୁମାର ଦାସ, କଣ୍ଟପଡ଼ା ସରପଞ୍ଚ ବିଜୟାଲକ୍ଷ୍ମୀ ବେହେରା, ବାଘବୁଦା ସରପଞ୍ଚ ବୈଜୟନ୍ତୀ ନାୟକ, ଜାଗୁଳାଇପଡ଼ା ସରପଞ୍ଚ ଲିଲିଭା ମଲ୍ଲିକ ଏବଂ ଦିଲ୍ଲୀପ୍ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଆଜିର ଶ୍ରେଷ୍ଠ ଖେଳାଳୀ ଭାବେ ପପୁଲାର କ୍ଲବ୍‌, ଢ଼ୋଙ୍କାନାଳ ଖେଳାଳୀ ରିକି ସ୍ୱାଇଁଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳକୁ ରେଫେରୀ ଭାବେ ସୁଦିପ୍ ଦାସ, ଶଶିକାନ୍ତ ଦାସିଆ,ଜ୍ୟୋତି ରଞ୍ଜନ ସାହୁ ଏବଂ ସଞ୍ଜୟ ନାୟକ ପରିଚାଳନା କରିଥିଲେ । ଆସୋସିଏସନ୍‌ର ଉପସଭାପତି ବୈକୁଣ୍ଠନାଥ ପରିଡ଼ା, ସାଧାରଣ ସଂପାଦକ ଅଜୟ କୁମାର ନାୟକ, ଉପସଭାପତି କପିଳେନ୍ଦ୍ର ମଲ୍ଲିକ, ଯୁଗ୍ମ ସଂପାଦକ ଫକୀର ପ୍ରଧାନ, ଯୁଗ୍ମ ସଂପାଦକ ପ୍ରାଣବନ୍ଧୁ ରାଉତ ଏବଂ କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ମଙ୍ଗଳବାର ୩ୟ ଦିନ ଖେଳରେ ଗଣ୍ଡରପୁର ଫୁଟବଲ କ୍ଲବ୍‌, ଭୁବନେଶ୍ୱର ସହିତ ରାଜକନିକା ଆଥ୍‌ଲେଟିକ୍ ଆସୋସିଏସନ୍‌, ରାଜକନିକା ମଧ୍ୟରେ ଅନୁଷ୍ଠିତ ହେବା ନେଇ ଜଣାପଡ଼ିଛି ।ରାଜକନିକା,୬/୧୧:ରାଜକନିକା ଆଥଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆର୍‌ଏନ୍ ହାଇସ୍କୁଲ ଷ୍ଟାଡିୟମରେ ଚାଲିଥିବା ୪୨ତମ ସର୍ବଭାରତୀୟ ରାଜକନିକା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନ ଖେଳରେ ପପୁଲାର କ୍ଲବ୍‌, ଢ଼େଙ୍କାନାଳ ଟ୍ରାଇବ୍ରେକର ମାଧ୍ୟମରେ ଜଗା ୟୁନାଇଟେଡ଼୍ କ୍ଲବ୍‌, ଭୁବେନେଶ୍ୱର କୁ ୫-୪ ଗୋଲରେ ହରାଇ ବିଜୟୀ ହୋଇଛି । ଉଭୟ ଦଳ ଉଚ୍ଚମାନର ଖେଳ ପ୍ରଦର୍ଶନ କରି ଉଭୟ ଦଳ ୧-୧ ଗୋଲ ଦେଇ ସମାନ ସ୍ଥିତିରେ ଶେଷ ପର୍ଯ୍ୟନ୍ତ ରହିଥିଲେ । ଏହି କାରଣରୁ ଟ୍ରାଇବ୍ରେକର ଜରିଆରେ୫-୪ ଗୋଲରେ ପପୁଲାର କ୍ଲବ୍‌, ଢ଼ୋଙ୍କାନାଳ ବିଜୟୀ ହୋଇ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ରାଜକନିକା ଥାନାର ଆଇଆଇସି ଦିଲ୍ଲିପ୍ କୁମାର ଧଳ ଏବଂ ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ଆର୍‌ଏନ୍ ହାଇସ୍କୁଲର ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ଦଳାଇ, ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ବିଚିତ୍ର କୁମାର ଦାସ, କଣ୍ଟପଡ଼ା ସରପଞ୍ଚ ବିଜୟାଲକ୍ଷ୍ମୀ ବେହେରା, ବାଘବୁଦା ସରପଞ୍ଚ ବୈଜୟନ୍ତୀ ନାୟକ, ଜାଗୁଳାଇପଡ଼ା ସରପଞ୍ଚ ଲିଲିଭା ମଲ୍ଲିକ ଏବଂ ଦିଲ୍ଲୀପ୍ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଆଜିର ଶ୍ରେଷ୍ଠ ଖେଳାଳୀ ଭାବେ ପପୁଲାର କ୍ଲବ୍‌, ଢ଼ୋଙ୍କାନାଳ ଖେଳାଳୀ ରିକି ସ୍ୱାଇଁଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳକୁ ରେଫେରୀ ଭାବେ ସୁଦିପ୍ ଦାସ, ଶଶିକାନ୍ତ ଦାସିଆ,ଜ୍ୟୋତି ରଞ୍ଜନ ସାହୁ ଏବଂ ସଞ୍ଜୟ ନାୟକ ପରିଚାଳନା କରିଥିଲେ । ଆସୋସିଏସନ୍‌ର ଉପସଭାପତି ବୈକୁଣ୍ଠନାଥ ପରିଡ଼ା, ସାଧାରଣ ସଂପାଦକ ଅଜୟ କୁମାର ନାୟକ, ଉପସଭାପତି କପିଳେନ୍ଦ୍ର ମଲ୍ଲିକ, ଯୁଗ୍ମ ସଂପାଦକ ଫକୀର ପ୍ରଧାନ, ଯୁଗ୍ମ ସଂପାଦକ ପ୍ରାଣବନ୍ଧୁ ରାଉତ ଏବଂ କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ମଙ୍ଗଳବାର ୩ୟ ଦିନ ଖେଳରେ ଗଣ୍ଡରପୁର ଫୁଟବଲ କ୍ଲବ୍‌, ଭୁବନେଶ୍ୱର ସହିତ ରାଜକନିକା ଆଥ୍‌ଲେଟିକ୍ ଆସୋସିଏସନ୍‌, ରାଜକନିକା ମଧ୍ୟରେ ଅନୁଷ୍ଠିତ ହେବା ନେଇ ଜଣାପଡ଼ିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!