ନୂଆଦିଲ୍ଲୀ,୬/୧୧: ଦିଲ୍ଲୀ ଏନସିଆରରେ ସୋମବାର ଅପରାହ୍ନ ୪ଟା ୧୬ ସମୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଲୋକମାନେ ଘରୁ ବାହାରି ଖୋଲା ସ୍ଥାନ ଆଡ଼କୁ ଯାଉଥିବା ଦେଖାଯାଇଥିଲା। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳ ଯେପରିକି, ନୋଏଡ଼ା, ଫରିଦାବାଦ, ଗୁରୁଗ୍ରାମ ଏବଂ ଗାଜିଆବାଦରେ ମଧ୍ୟ ଝଟ୍କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ନେପାଳ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ଼ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |