ନୂଆଦିଲ୍ଲୀ,୬।୧୧:ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ସଂପର୍କରେ ଘୋଷଣା କରିବାର ଦୁଇଦିନ ପରେ ମୋଦୀ ସରକାର ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସରକାର ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ ଅଟା ବିକ୍ରି କରିବେ । ଏହାର ନାଁ ରଖାଯାଇଛି ଭାରତ ଅଟା । ମୋବାଇଲ ଭ୍ୟାନ ମାଧ୍ୟମରେ ସବୁ ରାଜ୍ୟରେ ଏହି ଅଟା ବିକ୍ରି କରାଯିବ । ଦୀପାବଳି ପୂର୍ବରୁ ବଢୁଥିବା ଦରଦାମ୍ ମଧ୍ୟରେ ଉପଭୋକ୍ତା ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ସୋମବାର ଠାରୁ ରିହାତି ଦରରେ ଅଟା ବିକିବା ଆରମ୍ଭ ହୋଇଛି। ଏହି ଅଟା ଦେଶ ବିଭିନ୍ନ ସ୍ଥାନରେ ଗହମ ଠାରୁ ମଧ୍ୟ କମ୍ ଦାମରେ ମିଳିବ। ଏହା ପ୍ରଭାବରେ ଦେଶର ଅଟା ମୂଲ୍ୟରେ ମଧ୍ୟ ହ୍ରାସ ପାଇବ।ଗ୍ରାହକଙ୍କୁ ମହଙ୍ଗା ମାଡରୁ ଆଶ୍ବସ୍ତି ଦେବା ପାଇଁ କେନ୍ଦ୍ର ସରକାର ଆଜିଠାରୁ ରିହାତି ମୂଲ୍ୟରେ ଅଟା ବିକ୍ରି ଆରମ୍ଭ କରିଛନ୍ତି। ସରକାର କେଜି ପିଛା ୨୭ ଟଙ୍କା ୫୦ ପଇସା ରିହାତି ମୂଲ୍ୟରେ ମଇଦା ବିକ୍ରି କରିବା ଆରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟେଲ ସୋମବାର ଏହି ଯୋଜନା ଲଞ୍ଚ କରିଛନ୍ତି ।ଏହି ଅଟା ‘ଭାରତ ଅଟା’ ନାମରେ ବିକ୍ରି ହେବ। ଏହାକୁ ନାଫେଡ଼ ଏବଂ ଏନସିସିଏଫ, ମଦର ଡାଏରୀର ଆଉଟଲେଟ, କେନ୍ଦ୍ରୀୟ ଭଣ୍ଡାର ଏବଂ ଅନ୍ୟାନ୍ୟ ସହଯୋଗୀ ଏଜେନ୍ସି ମାନଙ୍କ ଦ୍ୱାରା ବିକ୍ରି କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |