ଆଦର୍ଶ ବିଦ୍ୟାଳୟ ର ପ୍ରଶ୍ନପତ୍ର ରେ ରାମରାଜ୍ୟ କୁ କାଳ୍ପନିକ ଦର୍ଶାଇବା ଯୋଗୁଁ ଦୃଢ଼ ବିରୋଧ କଲା ହିନ୍ଦୁ ମହାସଂଘ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର):ଆଦର୍ଶ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ପ୍ରଶ୍ନପତ୍ର ର ଅନୁଛେଦ ରେ ଆପତ୍ତି ଜନକ ଭାବେ ରାମରାଜ୍ୟ କୁ କାଳ୍ପନାପ୍ରସୂତ ବୋଲି ଲେଖା ଯାଇଛି। ଏବଂ ସଂପୂର୍ଣ୍ଣ ଅନୁଛେଦ ରେ ଉପରୋକ୍ତ ବିଷୟକୁ ନେଇ ଆକ୍ଷେପ କରା ଯାଇଛି ବୋଲି ହିନ୍ଦୁ ମହାସଂଘ ଅଭିଯୋଗ କରିଛି। ଆଇନ୍ ଅନୁଯାୟୀ ଦୋଷୀ ବ୍ୟକ୍ତି ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ସୂଚିତ କରିଛନ୍ତି। ଆଇନ୍ ପରାମର୍ଶ ବିଭାଗ ସହ ଆଲୋଚନା ପରେ ତୁରନ୍ତ ଅଭିଯୋଗ କରାଯିବ ଏବଂ ଆବଶ୍ୟକ ହେଲେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ ବୋଲି ସେ ଜଣାଇଛନ୍ତି। ସମସ୍ତ ହିନ୍ଦୁ ମହାସଂଘ ଏହି ଘଟଣା କୁ ବିରୋଧ କରିବା ଉଚିତ ବୋଲି ସେ କହିଛନ୍ତି। ଭଗବାନ ଶ୍ରୀରାମ ଙ୍କ ଅପମାନ ସମଗ୍ର ହିନ୍ଦୁ ସମାଜ ର ଅପମାନ ବୋଲି ସେ ମତବ୍ୟକ୍ତ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!