ପ୍ରଥମ ସୌରଝଡ଼ର ପ୍ରଭାବ ରେକର୍ଡ କଲା ଆଦିତ୍ୟ- L1

ବେଙ୍ଗାଲୁରୁ,୮।୧୧ :ଭାରତର ପ୍ରଥମ ସୌର ମିଶନରେ ଯାଇଥିବା ଆଦିତ୍ୟ-ଏଲ୍‌୧ର ଉଚ୍ଚ ଶକ୍ତିସମ୍ପନ୍ନ ଏଲ୍‌୧ ଅର୍ବିଟିଂ ଏକ୍ସ-ରେ ସ୍ପେକ୍ଟୋମିଟର (ଏଚ୍‌ଇଏଲ୍‌୧ଓଏସ୍‌) ପେଲୋଡ୍‌ ଅକ୍ଟୋବର ୨୯ରେ ସୌର ଝଡ଼ର ପ୍ରଭାବ ପ୍ରଥମ ଥର ପାଇଁ ରେକର୍ଡ କରିଛି। ଏହି ପେଲୋଡ୍‌ ପ୍ରାୟ ୧୦ ଘଣ୍ଟା ଧରି ସୌରଝଡ଼ର ସମ୍ମୁଖୀନ ହୋଇଥିଲା ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମଙ୍ଗଳବାର ପ୍ରକାଶ କରିଛି।  ପ୍ରଥମ ଥର ପାଇଁ ସୌର ଝଡ଼ର ସାମ୍ନା କଲା ସୂର୍ଯ୍ୟ ମିଶନରେ ଥିବା ଆଦିତ୍ୟ L1। ୧୦ ଘଣ୍ଟା ଧରି ଏକ୍ସ-ରେ ବିସ୍ଫୋରଣ ତୀବ୍ରତା ମାପିବାରେ ସକ୍ଷମ ହେଲା ହିଲିୟସ ପେ ଲୋଡ୍। ଏନେଇ ISRO ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସୂର୍ଯ୍ୟ ରହସ୍ୟ ଭେଦିବାକୁ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ L1କୁ ଲଞ୍ଚ୍ କରିଥିଲା ISRO । ଏହା ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା L1 ପଏଣ୍ଟ ଅଭିମୁଖେ ଯାତ୍ରା କରୁଛି। ଏହା ୨୦୨୪ରେ ସେଠାରେ ପହଞ୍ଚିବାକୁ ଥିବା ବେଳେ, ତା ପୂର୍ବରୁ କାର୍ଯ୍ୟ ଆରମ୍ଭ କରିସାରିଛି। ସୂର୍ଯ୍ୟରୁ ନିର୍ଗତ ଏକ୍ସରେ ଓ ଅତିବାଇଗଣୀ ରଶ୍ମି ସଂପର୍କିତ ତଥ୍ୟ ହାସଲ ଲାଗି ଏଥିରେ ଖଞ୍ଜାଯାଇଥିବା ସ୍ୱତନ୍ତ୍ର ପେ-ଲୋଡ୍ ବା ଯନ୍ତ୍ରାଂଶ ହିଲିୟସ୍ ଅକ୍ଟୋବର ୨୯ ତାରିଖରେ ୧୦ ଘଣ୍ଟା ପାଇଁ ପ୍ରଥମ ଥର ପାଇଁ ସୌରଝଡ଼ର ତୀବ୍ରତା ମାପିଥିଲା।ISRO ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ X ରେ କହିଛି ଯେ “୨୯ ଅକ୍ଟୋବର ୨୦୨୩ ରେ ପ୍ରାୟ ୧୨:୦୦ ରୁ ୨୨:୦୦ UT ପର୍ଯ୍ୟନ୍ତ ଏହାର ପ୍ରଥମ ପର୍ଯ୍ୟବେକ୍ଷଣ ସମୟ ମଧ୍ୟରେ ଆଦିତ୍ୟ L1 ବୋର୍ଡ ଉପରେ ହାଇ ଏନର୍ଜି L1 କକ୍ଷପଥରେ ଏକ୍ସ-ରେ ସ୍ପେକ୍ଟ୍ରୋମିଟର ସୌର ନିଆଁ ରେକର୍ଡ କରିଛି।”ISRO ପୁଣି କହିଛି, “ରେକର୍ଡ ହୋଇଥିବା ତଥ୍ୟ NOAA (ନ୍ୟାସ୍‌ନାଲ୍ ଓସିୟନ୍ ଆଣ୍ଡ୍ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ୍) ର GOES (ଜିଓଷ୍ଟେସନାରୀ ଅପରେସନ୍ ଏନ୍‌ଭାଏରନମେଣ୍ଟାଲ ସାଟେଲାଇଟ୍) ଦ୍ୱାରା ପ୍ରଦତ୍ତ ଏକ୍ସ-ରେ ଆଲୋକ ବକ୍ର ସହିତ ସମାନ।”

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!