ଦିଲ୍ଲୀ କିଛି ଅଞ୍ଚଳରେ ବର୍ଷା, ପ୍ରଦୂଷଣରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୦।୧୧:ଦିଲ୍ଲୀବାସୀଙ୍କୁ  ପ୍ରଦୂଷଣରୁ ମିଳିଲା ଆଶ୍ୱସ୍ତି। ବିଳମ୍ବିତ ରାତିରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଫଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ଆଜି ସକାଳୁ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ସଫା ରହିଛି। ବିଜୟଚୌକ୍, କର୍ତ୍ତବ୍ୟପଥ, ରାଜଘାଟ ସମେତ ପୂରା ଅଞ୍ଚଳ ଏବେ ପ୍ରଦୂଷଣ ମୁକ୍ତ ହୋଇଛି। ବହୁ ଦିନ ପରେ ଲୋକେ ବିନା ମାସ୍କରେ ବାହାରକୁ ବାହାରିଛନ୍ତି। କଂଝାୱାଲା, ମୁଣ୍ଡାକା, ଜାଫରପୁର, ନଜଫଗଡ଼, ଏନସିଆରର କିଛି ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ଆକଳନ କରାଯାଇଥିଲା। ଆଜି ଦିଲ୍ଲୀର ପାଗ ସାଧାରଣତଃ ମେଘୁଆ ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ଏହାସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଫଳରେ ଲୋକଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି କୁହାଯାଉଛି।ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ଓ ଏନ୍‌ସିଆର୍‌(ଗୁରୁଗ୍ରାମ), ରୋହତକ(ହରିୟାଣା)ର ଭିନ୍ନ ଭିନ୍ନ ସ୍ଥାନ ଏବଂ ଆଖପାଖ ଅଞ୍ଚଳରେ ହାଲୁକା ଓ ମଧ୍ୟମ ଧରଣର ବ୍ରଜପାତ ସହ ବର୍ଷା ହେବା ସମ୍ଭାବନା ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!