କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୧୦।୧୧:ଭାରତର ବିରାଟ କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କୋହଲି ଅପରାଜିତ ୧୦୧ ରନ୍‌ କରି ଏକଦିବସୀୟ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କ କୀର୍ତ୍ତିମାନର ସମକକ୍ଷ ହୋଇପାରିଥିଲେ। ଏ ସମ୍ପର୍କରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ପଣ୍ଟିଂ କହିଥିଲେ ଆଧୁନିକ ସମୟରେ କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ ଏଥିରେ କୌଣସି ଦ୍ବିମତ ନାହିଁ। ତେନ୍ଦୁଲକର ଯେତିକି ଏକଦିବସୀୟ ଇନିଂସରୁ ୪୯ଟି ଶତକ ହାସଲ କରିଥିଲେ କୋହଲି ତାହା ଠାରୁ ୧୭୫ଟି କମ୍‌ ଇନିଂସରୁ ତାହା କରି ଦେଖାଇଛନ୍ତି। ଚଳିତ ବିଶ୍ବକପ୍‌ରେ କୋହଲି ୫୪୩ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଦୁଇଟି ଶତକ ରହିଛି। ତେନ୍ଦୁଲକରଙ୍କ କୀର୍ତ୍ତିମାନ ସହ ସମକକ୍ଷ ହେବା କିମ୍ବା ଭାଙ୍ଗିବା କୋହଲିଙ୍କ କ୍ଷେତ୍ରରେ ବିଶେଷ ଗୁରୁତ୍ବ ରଖୁ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ଯେପରି ବ୍ୟାଟିଂ ପ୍ରଦର୍ଶନ କରି ଚାଲିଛନ୍ତି ତାହା ତାଙ୍କ ଦକ୍ଷତାର ପରିଚୟ ଦେଉଛି। କୋହଲି ଆଗାମୀ ମ୍ୟାଚ୍‌ରେ ଆଉ ଏକ ଶତକ ହାସଲ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ପଣ୍ଟିଂ କହିଛନ୍ତି। କୋହଲିଙ୍କ ସହ ଭାରତୀୟ ବୋଲରଙ୍କୁ ପଣ୍ଟିଂ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ ବେଶ୍‌ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଭାରତୀୟ ଦଳର ବୋଲରମା​‌େ​‌ନ ଚମତ୍କାର ପ୍ରଦର୍ଶନ କରିବାରୁ ଏହି ଦଳ ମାତ୍ର ୮୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା ବୋଲି ପଣ୍ଟିଂ କହିଛନ୍ତି। ଭାରତୀୟ ବୋଲର ମହମ୍ମଦ ସାମି ୧୬, ଯଶପ୍ରୀତ ବୁମରା ୧୫ ଓ ରବୀନ୍ଦ୍ର ଜାଡେଜା ୧୪ଟି ୱିକେଟ୍‌ ହାସଲ କରିଥିବା ବେଳେ ସେମାନଙ୍କୁ କିପରି ମୁକାବିଲା କରିବାକୁ ପଡ଼ିବ ସେ ନେଇ ପ୍ରତିପକ୍ଷ ଦଳର ବ୍ୟାଟସମ୍ୟାନ୍‌ଙ୍କୁ ଯୋଜନା କରିବାର ଆବଶ୍ୟକତା ରହିଥିବା ପଣ୍ଟିଂ ସ୍ପଷ୍ଟ କରି ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!