ନୂଆଦିଲ୍ଲୀ,୧୦।୧୧:ଅଯୋଧ୍ୟାରେ ଦୀପୋତ୍ସବ । ଏଥର ୨୪ ଲକ୍ଷ ଦୀପରେ ପ୍ରଜ୍ଜ୍ୱଳିତ ହେବ ରାମନଗରୀ । ଦୀପୋତ୍ସବକୁ ଦିବ୍ୟ ଓ ଭବ୍ୟ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏଥର ୨୧ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରି ପର୍ଯ୍ୟଟନ ବିଭାଗ ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ରହିଛି ।ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତା’ ପୂର୍ବରୁ ଏଥର ଦୀପୋତ୍ସବର ଆୟୋଜନ ସ୍ୱତନ୍ତ୍ର କରିବାକୁ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଚଳାଇଛନ୍ତି । ସେପଟେ ଦେବ ଦୀପାବଳି ପାଇଁ ସଜେଇ ହେଲାଣି ଅଯୋଧ୍ୟା । ସବୁଆଡେ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |