ଦୀପାବଳିରେ ଅଘଟଣ, ପୁଅକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା

କଟକ,୧୨/୧୧:କଟକ ନରାଜ ଅନ୍ତର୍ଗତ କୈବର୍ତ୍ତ ସାହି ଘାଟରେ କାଠଯୋଡ଼ି ନଦୀରେ ବୁଡ଼ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସରୋଜ ସାହୁ। ସେ ନରାଜ ତେଲି ସାହିର ବାସିନ୍ଦା ଥିଲେ। ସରୋଜ ସବୁ ଦିନେ କାଠଯୋଡ଼ିକୁ ଗାଧୋଇବାକୁ ଯାଉଥିଲେ। ଆଜି ସେ ତାଙ୍କ ସାନ ପୁଅ (୮ ବର୍ଷ)କୁ ନେଇ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ତାଙ୍କ ପୁଅ ନଦୀର ଚୋରାବାଲିରେ ଫସି ବୁଡ଼ି ଯାଇଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ସରୋଜ ନଦୀର ଚୋରାବାଲିରେ ଫସି ଯାଇଥିଲେ। ସେହି ସମୟରେ ସେଠାରେ ଗାଧୋଉଥିବା କିଛି ମହିଳା ଲୁଗା ପକାଇ ସରୋଜଙ୍କ ପୁଅକୁ ଉଦ୍ଧାର କରି ଥିଲେ। କିନ୍ତୁ ସରୋଜ ବୁଡ଼ି ଯାଇଥିଲେ। କିଛି ମତ୍ସ୍ୟଜୀବୀ ସରୋଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସରୋଜଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ନଦୀ,ନାଳ,ପୋଖରୀ ଆଦିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ କଟକ ଜିଲ୍ଲାରେ ୩୬୪ ଜଣ ବୁଡ଼ି ମରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!