କାଳୀପୂଜା ପାଇଁ ଚଳଚଞ୍ଚଳ କାଳିକାପୁର

ରାଜକନିକା,୧୨ା୧୧:ରାଜକନିକା ବ୍ଲକ୍‌ରେ ମହାଆଡମ୍ବର ସହକାରେ କାଳୀପୂଜା ଆରମ୍ଭ ହୋଇଛି । ଦକ୍ଷିଣକାଳୀ ମା’କାଳିକାଈଙ୍କ ଶକ୍ତିପୀଠ କାଳିକାପୁର ଠାରେ କାଳୀପୂଜା ଆରମ୍ଭ ହୋଇଛି । ରାଜକନିକାର ଐତିହ୍ୟ ୬୦୦ବର୍ଷର ଏହି ପୁରାତନ ଦକ୍ଷିଣ କାଳୀକାଈଙ୍କ ମନ୍ଦିରରେ ମା’ଙ୍କ ସ୍ୱତନ୍ତ୍ର ପୂଜା ପାଠ ଆରମ୍ଭ କରାଯିବା ସହିତ ମା’ଙ୍କୁ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଇଛି । ଶହଶହ ମହିଳା କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଏହା ସହିତ ବିଶ୍ୱଶାନ୍ତି ମହାଯଜ୍ଞ ମଧ୍ୟ ଆରମ୍ଭ ହୋଇଛି । ରଙ୍ଗିନ ଅଲୋକମାଳାରେ ଗ୍ରାମର ଆରମ୍ଭରୁ ମନ୍ଦିର ପର୍ଯ୍ୟନ୍ତ ସୁସର୍ଜ୍ଜିତ କରାଯାଇଛି । ଯଜ୍ଞ କମିଟୀ ଏବଂ ଗ୍ରାମବାସୀମାନେ କାଳୀପୂଜାକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି । ହଜାର ହଜାର ଭକ୍ତମାନଙ୍କର ଭିଡ଼ ଲାଗିରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!