ରାଜକନିକା,୧୩/୧୧ :ରାଜକନିକା ଆଥ୍ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ରାଜେନ୍ଦ୍ର ନାରାୟଣ ହାଇସ୍କୁଲ ଷ୍ଟାଡିୟମରେ ଚାଲିଥିବା ୪୨ତମ ସର୍ବଭାରତୀୟ ରାଜକନିକା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚଳିତ ବର୍ଷ ୟଙ୍ଗ ଉତ୍କଳ କ୍ଲବ୍, କଟକ ଚମ୍ପିୟାନ୍ ହୋଇଛି । ରବିବାର ଅନୁଷ୍ଠିତ ଫାଇନାଲ ଖେଳରେ ୟଙ୍ଗ ଉତ୍କଳ କ୍ଲବ୍, କଟକ ୨-୦ ଗୋଲରେ ପପୁଲାର ଫୁଟବଲ କ୍ଲବ୍ ଢ଼େଙ୍କାନାଳକୁ ହରାଇ ଚମ୍ପିୟାନ୍ ହୋଇଛି । ରାଜକନିକା ଆଥ୍ଲେଟିକ୍ ଆସୋସିଏସନ୍ର ସଭାପତି ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶାରେ ସବୁ ଜିଲାରେ ଭିତ୍ତିଭୂମି ପ୍ରସ୍ତୁତି କରିଚାଲିଛନ୍ତି । ଫୁଟବଲ, ହକି ଠାରୁ ଆରମ୍ଭ କରି ସମସ୍ତ ବିଭାଗର କ୍ରୀଡ଼ାରେ ଯୁବକମାନଙ୍କୁ ପ୍ରୋତ୍ସାହନ କରାଯାଉଛି । ମୁଖ୍ୟବକ୍ତା ଭାବେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଯୋଗଦେଇ କନିକା ରାଜବଂଶର ଫୁଟବଲ ଇତିହାସ ୯୮ ବର୍ଷର । ଇଂରେଜମାନଙ୍କ ସହିତ ଲଢ଼େଇ କରିବାରେ କନିକାର ପାଇକମାନେ ପ୍ରଥମ ଯୁଦ୍ଧ କରିଥିଲେ । କନିକା ରାଜାସାହେବ ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେବ ୫ଥର ବିଧାନସଭାକୁ ନିର୍ବାଚିତ ହୋଇ ଜଳସମ୍ପଦ ମନ୍ତ୍ରୀ ଭାବେ ଓଡ଼ିଶାର ସେବା କରିଛନ୍ତି । ତାଙ୍କ ସମୟରେ ହିଁ କନିକାକୁ ଦେଶବିଦେଶରୁ ଖେଳାଳୀମାନେ କନିକାରେ ଫୁଟବଲ ଖେଳିବାକୁ ଆସୁଥିଲେ । ଇଂରେଜଙ୍କ ସମୟରେ ହିଁ ଆଜି ଯାଏ କନିକାରେ ଫୁଟବଲ ଖେଳ ଚାଳିଆସିଛି । ଯାହାକି କନିକା ରାଜାଙ୍କ ଅବଦାନ ସ୍ମରଣୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କ୍ରୀଡ଼ା ସଂଗଠକ ସହଦେବ ରାଉତ ଏବଂ ପ୍ରାକ୍ତନ ଓଡ଼ିଶାର ଫୁଟବଲ ଖେଳାଳୀ ଆର୍ଆଇ ଟିଗା ଯୋଗଦେଇ ଓଡ଼ିଶା ଏବଂ କନିକା ଫୁଟବଲର ଐତିହ୍ୟ ସଂପର୍କରେ ଆଲୋକପାତ୍ କରିଥିଲେ । ଅତିଥିମାନେ ୟଙ୍ଗ୍ ଉତ୍କଳ ଫୁଟବ୍ଲ କ୍ଲବ୍ କଟକକୁ ଚମ୍ପିୟାନ୍ ଟ୍ରଫି ପ୍ରଦାନ କରିଥିଲେ । ଏହା ସହିତ ପପୁୁଲାର କ୍ଲବ୍,ଢ଼େଙ୍କାନାଳ ଦଳକୁ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ ।ଏହା ସହିତ ୟଙ୍ଗ ଉତ୍କଳ ଫୁଟବ୍ଲ କ୍ଲବ୍ର ଖେଳାଳୀ ରାକେଶ ସାହୁଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଟ୍ରଫି ପ୍ରଦାନ କରିଥିଲେ । ସାଧାରଣ ସଂପାଦକ ଅଜୟ କୁମାର ନାୟକ ସମ୍ପାଦକୀୟ ପାଠ କରିଥିବା ବେଳେ ଉପସଭାପତି ବୈକୁଣ୍ଠନାଥ ପରିଡ଼ା ଅତିଥି ପରିଚୟ ପ୍ରଧାନ କରିଥିଲେ । ସହ ସଂପାଦକ ପ୍ରବୀର କୁମାର ଦେଓ ଉପସ୍ଥିତ ରହିଥିଲେ । ଉପସଭାପତି କପିଳେନ୍ଦ୍ର ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଯୁଗ୍ମ ସଂପାଦକ ଇଂପ୍ରଶାନ୍ତ କୁମାର ବିଶ୍ୱାଳ, ଫକୀର ଚନ୍ଦ୍ର ପ୍ରଧାନ, ପ୍ରାଣବନ୍ଧୁ ରାଉତ, ସହ ସଂପାଦକ ଅଜୟ କୁମାର ରାଉତ,କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜିର ଖେଳକୁ ରେଫେରୀ ଭାବେ ଜ୍ୟୋତି ରଞ୍ଜନ ସାହୁ, ସୁଦିପ୍ ଦାସ, ଶଶିକାନ୍ତ ଦାସିଆ, ଗୋଲଖ ବିହାରୀ ମଲ୍ଲିକ ଏବଂ ଅରୁଣ କୁମାର ବାରିକ୍ ପରିଚାଳନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |