ଶିଶୁ ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧୧:  ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଆଜି ଜନ୍ମ ଦିବସ । ଏହି ଦିବସକୁ ସର୍ବତ୍ର ଶିଶୁ ଦିବସ ଭାବେ ପାଳନ କରାଯାଉଛି । ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ତାଙ୍କର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶୁମାନେ ହେଉଛନ୍ତି ଈଶ୍ୱରଙ୍କ ସ୍ୱରୂପ । ଯେଉଁ ସମାଜ ଶିଶୁଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ସହିତ ଅର୍ନ୍ତନିହିତ ପ୍ରତିଭାର ବିକାଶ ଉପରେ ଗୁରୁ୍‍ତ୍ୱ ଦେଇଥାଏ ସେହି ସମାଜର ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ଆମ ଶିକ୍ଷା ବ୍ୟବସ୍ଥା ସହଭାଗିତା ଏବଂ ସମୟାନୁବର୍ତ୍ତିତା ମନ୍ତ୍ରରେ ଦୀକ୍ଷିତ । ଆଗାମୀ ଦିନରେ ଶିଶୁମାନଙ୍କ ଶାରିରୀକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ଦିବସ ଉପଲକ୍ଷେ ରାଜ୍ୟର ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ତେବେ ପ୍ରତିବର୍ଷ ନଭେମ୍ବର ୧୪, ଆଜିର ଦିନକୁ ଆମେ ଶିଶୁ ଦିବସ ଭାବେ ପାଳନ କରିଥାଉ । ଦେଶର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସ୍ବାଧୀନ ଭାରତକୁ ବିଶ୍ବରେ ପ୍ରତିଷ୍ଠିତ କରାଇବାରେ ଜବାହରଲାଲ ନେହରୁଙ୍କ ଭୂମିକା ଅବିସ୍ମରଣୀୟ। ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ, ସ୍ବାଧୀନୋତ୍ତର ଭାରତର ଭାଗ୍ୟ ନିର୍ଦ୍ଧାରଣରେ ତାଙ୍କର ଅବଦାନ ସେତିକି ଅବିସ୍ମରଣୀୟ। ୧୮୮୯ ମସିହା ନଭେମ୍ବର ଆଜି ଦିନରେ ଆହ୍ଲାବାଦ (ଆଜିର ପ୍ରୟାଗରାଜ)ର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଶିଶୁମାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିବାରୁ ତାଙ୍କର ସ୍ମୃତିରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!