ପୁରୀ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ

ପୁରୀ,୧୪।୧୧:ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଲାଗିଲା ନିଆଁ। କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିବା ଜଣାଯାଇଛି। ଅଗ୍ନିଶମ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତକୁ ଆଣିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।  ଷ୍ଟେସନର କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । କୋଚିଂ ଡିପୋରେ ଥିବା ଏକ ଟ୍ରେନରେ ନିଆଁ ଲାଗି ଯାଇଥିବା ଜାଣିବାକୁ ମିଳିଛି । ଟ୍ରେନରେ ଥିବା ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲାଗିଥିବା ଟ୍ରେନର ବଗିକୁ ଅନ୍ୟ ବଗିଠାରୁ ଅଲଗା କରାଯାଇଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ନିଆଁକୁ ପ୍ରାୟତଃ ଆୟତ୍ତ କରାଯାଇଛି । ଉକ୍ତ ସମୟରେ ଏକ ଏସି ବଗି କାମ ଚାଲୁଥିବା ବେଳେ ହଠାତ୍‌ ତାହା ତଳୁ ନିଆଁ ବ୍ୟାପିବା ଆରମ୍ଭ କଲା। ଦେଖୁଦେଖୁ ସମ୍ପୂର୍ଣ୍ଣ ବଗିଟି ଜଳି ପୋଡ଼ି ଛାରଖାର ହୋଇଯାଇଛି। ଖବର ପାଇ ତୁରନ୍ତ ଜିଆରପି, ଆରପିଏଫ ଅଧିକାରୀଙ୍କ ସମେତ ରେଳବାଇର ଉପରିସ୍ଥ ଅଧିକାରୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୪୦ ମିନିଟ୍‌ର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିବା ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!