ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା ଜାରି

ପୁରୀ,୧୪।୧୧: ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା ଜାରି ହେଲା। ପାନଗୁଟୁଖାକୁ ନିଷିଦ୍ଧ କଲା ଶ୍ରୀମନ୍ଦିର ପ୍ରଶାସନ। ବରାହ ପୁରାଣ ଆଧାରରେ କଟକଣା ଜାରି କରାଯାଇଛି। ଜାନୁଆରୀ ୧ରୁ ଡ୍ରେସକୋଡ୍ ଭଳି ପାନଗୁଟୁଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ମାତ୍ର ଭିତରେ ପାନ, ଗୁଟଖା ଖାଇ ଲୋକେ ଛେପ ପକାଉଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ବି ପାନ, ଗୁଟୁଖା ଖାଇ ମନ୍ଦିରରେ ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରାଯାଇଥିବା ବେଳେ ଧରା ପଡ଼ିଲେ ଫାଇନ୍‌ ବ୍ୟବସ୍ଥା ଲାଗୁ ହୋଇଥିଲା। ମାତ୍ର କେହି ଏହାକୁ ଖାତିର କଲେନି। ଫଳରେ ମନ୍ଦିର ଭିତରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ତାଙ୍କର ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଏପରିକି ସେବାୟତଙ୍କୁ ବି ପାନଗୁଟୁକା ଖାଇବା ଉପରେ କଟକଣା ଲାଗିଲା। ଜାନୁଆରୀ ୧ରୁ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ପଡ଼ିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ଭକ୍ତ କି ସେବାୟତ କେହି ପାନ ଓ ଗୁଟଖା ସେବନ କରି ଶ୍ରୀମନ୍ଦିରକୁ ଯାଇପାରିବେନି । ବରାହ ପୁରାଣ ଆଧାରରେ ଏହି କଟକଣା କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!