ନୂଆଦିଲ୍ଲୀ, ୧୪।୧୧: ଲଦାଖର କାର୍ଗିଲ ନିକଟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ମୁତାବକ, ଆଜି ଦ୍ବିପ୍ରହର ସମୟରେ ଲଦାଖର କାର୍ଗିଲ ନିକଟରେ ୪.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଲଦାଖର କାର୍ଗିଲଠାରୁ ୩୧୪ କିମି ଉତ୍ତର-ଉତ୍ତରପଶ୍ଚିମରେ ଥିଲା। ଭାରତୀୟ ସମୟାନୁସାରେ ଦିନ ୧ଟା ୦୮ରେ ଭୂପୃଷ୍ଠରୁ ୨୦ କିମି ଗଭୀରତାରେ ଭୂକମ୍ପ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |