ଭୁବନେଶ୍ବର,୧୪।୧୧:୨୧ରେ ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ । ନଭେମ୍ବର ୨୧ ତାରିଖ ସକାଳ ୯ଟା ୩୦ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ। ଉପବାଚସ୍ପତି ପଦରୁ ରଜନୀକାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ। ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେଇଥିଲେ। ୨୦୧୯ରୁ ଉପବାଚସ୍ପତି ଥିଲେ ରଜନୀକାନ୍ତ ସିଂ। ତେବେ ବ୍ୟକ୍ତିଗତ କାରଣରୁ ସେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିବା କହିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |