ବିଶ୍ବକପରେ ରୋହିତ ଶର୍ମା ଭାଙ୍ଗିଲେ ସଚିନ ଓ ଗେଲଙ୍କ ରେକର୍ଡ

ମୁମ୍ବାଇ ,୧୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ସେମି ଫାଇନାଲ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ନୂଆ  ରେକର୍ଡ କରିଛନ୍ତି। ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ଓପନର ତଥା ଅଧିନାୟକ ରୋହିତ ଶର୍ମା ବିଶ୍ୱକପରେ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛନ୍ତି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ମହାନ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତ ପାଇଁ ହାସଲ କରିପାରିଛନ୍ତି। ‘ହିଟମ୍ୟାନ୍’ ରୋହିତ ଶର୍ମା ବିଶ୍ୱକପରେ ଦ୍ରୁତତମ ୧୫୦୦ ରନ୍ ପୂରଣ କରିଛନ୍ତି।ବୁଧବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚ୍ ବେଳେ ‘ହିଟମ୍ୟାନ୍’ ରୋହିତ ଶର୍ମା ୨୯ ବଲରେ ୪୭ ରନର ଚମତ୍କାର ଇନିଂସ ଖେଳିଥିଲେ। ରୋହିତ ଶର୍ମା ତାଙ୍କ ଇନିଂସରେ ୪ ଚୌକା ଓ ୪ ଛକା ମାରିଥିଲେ। ଏହା ସହ ରୋହିତ ଶର୍ମା  ବିଶ୍ୱକପରେ ଦ୍ରୁତତମ ୧୫୦୦ ରନ୍ ପୂରଣ କରିଛନ୍ତି। ରୋହିତ ଶର୍ମା ବିଶ୍ୱକପରେ ୨୭ ଇନିଂସରେ ୧୫୦୦ ରନ୍ ପୂରଣ କରିଛନ୍ତି। ଭାରତ ପାଇଁ ମହାନ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ବିଶ୍ୱକପରେ ୨୭ ଇନିଂସରେ ୧୫୦୦ ରନ୍ କରିଥିଲେ। ରୋହିତ ଶର୍ମା ବିଶ୍ୱକପ ଇତିହାସରେ ସର୍ବାଧିକ ୫୧ ଛକା ମାରିଛନ୍ତି। ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। କ୍ରିସ୍ ଗେଲ୍ ପୂର୍ବରୁ ବିଶ୍ୱକପ୍ ଇତିହାସରେ ୪୯  ଛକା ମାରିଥିଲେ। ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ରୋହିତ ଶର୍ମା ୪ ଟି ଛକା ମାରିଥିଲେ। ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ୍ ୪୩, ଏବି ଡି’ଭିଲିୟର୍ସ ୩୭ ଏବଂ ଡେଭିଡ୍ ୱାର୍ଣ୍ଣର ୩୭ ଛକା ମାରିଛନ୍ତି । ସେହିପରି ଗୋଟିଏ ବିଶ୍ୱକପ୍ ସଂସ୍କରଣରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି ରୋହିତ୍ । ରୋହିତ ଚଳିତ ବିଶ୍ୱକପର ୨୭ଟି ଛକା ମାରିଛନ୍ତି । ତାଙ୍କ ପୂର୍ବରୁ ୨୦୧୫ ସଂସ୍କରଣରେ ଗେଲ୍ ୨୬ଟି ଛକା ମାରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!