ନିକାରାଗୁଆର ସେଏନିସ୍ ପାଲାସିଓସ୍ ହେଲେ ମିସ୍ ୟୁନିଭର୍ସ ୨୦୨୩

ନୂଆଦିଲ୍ଲୀ,,୧୯।୧୧: ନିକାରାଗୁଆର ସେଏନିସ୍ ପାଲାସିଓସ୍ ହୋଇଛନ୍ତି ମିସ୍ ୟୁନିଭର୍ସ ୨୦୨୩ । ଆଜି କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍‌ ସାଲ୍‌ଭାଡର୍‌ର ଜସ୍‌ ଏଡଲ୍‌ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି।କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍‌ ସାଲ୍‌ଭାଡର୍‌ର ଜସ୍‌ ଏଡଲ୍‌ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି।‘ମିସ୍‌ ୟୁନିଭର୍ସ ୨୦୨୨’ ଆର୍‌’ବନ୍ନି ଗାବ୍ରିଏଲ୍‌ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍‌ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ‘ମିସ୍‌ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍‌ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା। ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ୮୪ ଦେଶ ଓ ଅଞ୍ଚଳର ପ୍ରତିଯୋଗୀମାନେ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହି ପ୍ରତିଯୋଗିତା ଉପସ୍ଥାପନ କରିଥିଲେ ଆମେରିକୀୟ ଟେଲିଭିଜନ୍‌ ବ୍ୟକ୍ତିତ୍ୱ ଜିନି ମାଇ, ‘ମିସ୍‌ ୟୁନିଭର୍ସ ୨୦୧୨’ ଅଲିଭିଆ କ୍ୟୁଲ୍‌ପୋ ଓ ଆମେରିକୀୟ ଟେଲିଭିଜନ୍‌ ଉପସ୍ଥାପିକା ମାରିଆ ମିନୋନସ୍‌।ତେବେ ନିକାରାଗୁଆ, ଅଷ୍ଟ୍ରେଲିଆ ଏବଂ ଥାଇଲ୍ୟାଣ୍ଡ ଟପ ୩ରେ ନିଜର ସ୍ଥାନ ହାସଲ କରିଛି, କିନ୍ତୁ ସେଏନିସ୍ ପାଲାସିଓସ୍ ଏହି ପ୍ରତିଯୋଗିତାରେ ଜିତି ମିସ୍ ୟୁନିଭର୍ସ ୨୦୨୩ ହୋଇଛନ୍ତି । ଭାରତୀୟ ପ୍ରାର୍ଥୀ ଶ୍ୱେତା ଶାରଦା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଏବଂ ପରେ ସେ ଟପ ୨୦ ରେ ରହିଥିଲେ ମଧ୍ୟ ସେ ଏଥିରେ ନିଜ ସ୍ଥାନ ବନାଇପାରିନଥିଲେ ।

palacio1 750x420 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!