ଟନେଲରେ ୪୧ ଶ୍ରମିକ, ରେସ୍କ୍ୟୁ ପାଇଁ ୫ ଆକ୍ସନ୍‌ ପ୍ଲାନ୍

ନୂଆଦିଲ୍ଲୀ,୨୦ା୧୧:୯ ଦିନ ହେଲା ଟନେଲ ତଳେ ଫସିଛି ୪୧ ଜୀବନ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡିବା ଯୋଗୁ ୪୧ ଜଣ ଶ୍ରମିକଙ୍କ ଦୀର୍ଘ ଦିନ ହେବ ଏଠାରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ଏନ୍‌ଡିଆର୍‌ଏଫ୍ ଓ ଏସ୍‌ଡିଆର୍‌ଏଫ୍ ଟିମ୍‌ ଦିନ ରାତି ଏକ କାରିସାରିଲେଣି। ଦୀର୍ଘ ୧୭୦ ଘଣ୍ଟା ହେବ ଶ୍ରମିକମାନେ ଟନେଲ ତଳେ ଅଛନ୍ତି। ସମସ୍ତ ଚେଷ୍ଟା ସତ୍ତ୍ୱେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଟନେଲରେ ୬୦ ମିଟର ଭିତରକୁ ପ୍ରାୟ ୧ ମିଟର ଓସାରର ପାଇପ୍ ପୁରାଇ ସେଥିରେ ଶ୍ରମିକମାନଙ୍କୁ ଆଣିବାର ଯୋଜନା କରାଯାଇଛି। କିନ୍ତୁ ପାଇପ ପ୍ରବେଶ କରାଇବା ପାଇଁ ଡ୍ରିଲିଂ କରିବା ସମୟରେ ସମସ୍ୟା ହେଉଛି।କେତେବେଳେ ଡ୍ରିଲିଂ ମେସିନ ଖରାପ ହେଉଛି ତ କେତେବେଳେ ଡ୍ରିଲିଂ ସମୟରେ ଆହୁରି ମାଟି ଅତଡ଼ା ଧସୁଛି।…ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।ଏହାରି ଭିତରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଫୋନ୍ ଯୋଗେ ଧାମିଙ୍କ ସହ କଥା ହୋଇଛନ୍ତି ମୋଦି। ସିଲ୍‌କ୍ୟାରା ନିକଟ ଟନେଲ ତଳେ ଫସିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଚାଲିଥିବା ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଆବଶ୍ୟକ ଉଦ୍ଧାର ଉପକରଣ ଏବଂ ସମ୍ବଳ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି। କେନ୍ଦ୍ରୀୟ ଏବଂ ରାଜ୍ୟ ଏଜେନ୍ସିଗୁଡ଼ିକ ମଧ୍ୟରେ ପାରସ୍ପରିକ ସମନ୍ୱୟ ରକ୍ଷା କରି ଶ୍ରମିକମାନଙ୍କୁ ନିରାପଦ ଭାବେ ସ୍ଥାନାନ୍ତର କରାଯିବ। ଫସି ରହିଥିବା ଶ୍ରମିକମାନଙ୍କ ମନୋବଳ ବଜାୟ ରଖିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!