ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୮।୧୧:-ଡାବୁଗାଁବ୍ଲକ ମାଝୀଗୁଡା ରେ ଗୋ ମାତାଙ୍କ ଗୋପାଷ୍ଟମୀ ଉତ୍ସବ ପାଳନ କରା ଯାଇଛି। ଏହି ଅବସରରେ ବ୍ରହ୍ମ ଅବଧୂତ ଅନାଦି ବାବା ଙ୍କ ପୌରହିତ୍ୟରେ ଏକ ଯଜ୍ଞ ଗତ ୧୯ ନଭେମ୍ବର ସନ୍ଧ୍ୟା ରୁ ହିଁ ଆରମ୍ଭ ହୋଇ ଯାଇଥିଲା। ସକାଳେ ଅର୍ଥାତ୍ ୨୦ ନଭେମ୍ବର ଗୋମାତା ଙ୍କ ପୂଜା ଅର୍ଚ୍ଚନା କରା ଯାଇଥିଲା। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଏବଂ ଗୋ ଭକ୍ତ ସୁରଥ ଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ। ପ୍ରତିବର୍ଷ ଏହି ଉତ୍ସବ ମାଝୀଗୁଡା ରେ ପାଳନ କରାଯାଏ। ଆଖପାଖ ଅଞ୍ଚଳରୁ ଅନେକ ଭକ୍ତ ଆସିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |