ICC ବାଛିଲା ବିଶ୍ୱକପର ସର୍ବଶ୍ରେଷ୍ଠ Playing-11

ନୂଆଦିଲ୍ଲୀ,୨୦।୧୧: ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଚମ୍ପିଆନ ପାଲଟିଛି ଅଷ୍ଟ୍ରେଲିଆ ।    ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୩ବିଶ୍ୱକପ୍ ପାଇଁ ନିଜର ସର୍ବଶ୍ରେଷ୍ଠ ପ୍ଲେଇଂ-୧୧ ଖେଳାଳିଙ୍କ ନାମ ଘୋଷଣା କରିଛି। ଏହି ଦଳରେ ୬ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ଫାଇନାଲ ସରିବା ପରେ ଆଇସିସି ତରଫରୁ ବିଶ୍ୱକପର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ-୧୧ ଘୋଷଣା ହୋଇଯାଇଛି । ଏହି ଦଳରେ ୬ ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଥିବା ବେଳେ ଅଧିନାୟକ ପଦ ପାଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଚମ୍ପିଆନ୍ ଦଳର ଅଧିନାୟକ ପାଟ୍ କମିନ୍ସ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି ।୨୦୨୩ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ରାଚିନ୍ ରବିନ୍ଦ୍ର ମଧ୍ୟ ଏହି ଦଳର ନାହାନ୍ତି। ଏହା ବ୍ୟତୀତ ଆଇସିସି ନିଜ ଦଳରେ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ବିଶ୍ୱକୁ ପ୍ରଭାବିତ କରିଥିବା ହେନ୍ରିକ୍ କ୍ଲାସେନ୍ ଏବଂ ଡେଭିଡ ମିଲରଙ୍କୁ ମଧ୍ୟ ସ୍ଥାନ ଦେଇନାହିଁ। ଯଦି ଆମେ ପ୍ଲେଇଂ-୧୧ରେ ଅନ୍ତର୍ଭୁକ୍ତ ୬ଜଣ ଭାରତୀୟ ଖେଳାଳିଙ୍କ ବିଷୟରେ କହିବା ତେବେ ସେମାନଙ୍କ ମଧ୍ୟରେ ବିରାଟ କୋହଲି, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଦେଜା, ଜସପ୍ରୀତ ବୁମରା, ମହମ୍ମଦ ଶାମି ଏବଂ ଅଧିନାୟକ ରୋହିତ ଶର୍ମା ଅଛନ୍ତି। ଦଳରେ ଅନ୍ତର୍ଭୁକ୍ତ ବିରାଟ କୋହଲି ଏହି ଟୁର୍ନାମେଣ୍ଟରେ ସର୍ବାଧିକ ୭୬୫ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଦ୍ରୁତ ବୋଲର ମହମ୍ମଦ ଶାମି ଟୁର୍ନାମେଣ୍ଟରେ ୨୪ଟି ୱିକେଟ୍ ନେଇଥିବା ବୋଲର ହୋଇଥିଲେ।ଆଇସିସିର ଘୋଷଣା କରିଥିବା ପ୍ଲେଇଂ-୧୧ରେ ଭାରତର ୬ଜଣ ଖେଳାଳି, ଶ୍ରୀଲଙ୍କାର ଜଣେ, ନ୍ୟୁଜିଲ୍ୟାଣ୍ଡର ଜଣେ, ଦକ୍ଷିଣ ଆଫ୍ରିକାର ଜଣେ ଏବଂ ବିଶ୍ବକପ ବିଜେତା ଅଷ୍ଟ୍ରେଲିଆର ଦୁଇଜଣ ଖେଳାଳି ଅନ୍ତର୍ଭୁକ୍ତ ଅଛନ୍ତି। ଏଥିରେ ଶ୍ରୀଲଙ୍କାର ଦିଲଶାନ ମଦୁଶଙ୍କା, ନ୍ୟୁଜିଲ୍ୟାଣ୍ଡର ଡେରିଲ ମିଚେଲ, ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ ଏବଂ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଏବଂ ସ୍ପିନର ଆଡାମ ଜମ୍ପା ସାମିଲ ଅଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!