ବିଧାନସଭାରେ ଆରମ୍ଭ ହେଲା ଶୀତ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୧୧: ବିଧାନସଭାରେ ଆଜିଠୁ ଆରମ୍ଭ ହୋଇଯାଇଛି ଶୀତ ଅଧିବେଶନ । ପ୍ରଥମେ ଗୃହରେ ଉପବାଚସ୍ପତି ନିର୍ବାଚନ ପରେ ଏହି ଅଧିବେଶନ ଆରମ୍ଭ ହୋଇଛି । ନୂତନ ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନ ଆଜି ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗୃହକାର୍ଯ୍ୟ ଆରମ୍ଭ କରାଯାଇଛି ।ଆଜି ଆରମ୍ଭ ହୋଇଛି ବିଧାନସଭା ଶୀତ କାଳୀନ ଅଧିବେଶନ । ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତି , ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାସ, ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର,620 ଇ.ଏମ. ଇ. ବାଟାଲିୟନ ସରୋଜ କୁମାର ଦାସ,ପୂର୍ବତନ କନେଷ୍ଟବଳ,206କୋବ୍ରା ବାଟାଲିୟନ, ବି. ଏସ. ଏଫ ପ୍ରକାଶ ଚନ୍ଦ୍ର ଶିଆଳ ଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ବେଳେ କୋଶଳୀ ଭାଷାରେ ବିବୃତି ରଖିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଧାନସଭାରେ ବିବୃତି ରଖୁଥିବା ବେଳେ ଉଭୟ କୋଶଳୀ ଭାଷା ଏବଂ ଓଡ଼ିଆ ଭାଷାରେ ବିବୃତି ରଖି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇ ଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହାପରେ ଆସନ୍ତାକାଲି ଦିନ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଛି । ଶୀତ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବସିବାର କାର୍ଯ୍ୟକ୍ରମ ରହିଛି । ମୋଟ ୩୦ଟି ସରକାରୀ କାର୍ଯ୍ୟଦିବସ ରହିଛି। ଶୀତ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଗତକାଲି ସର୍ବଦଳୀୟ ବୈଠକ ଡାକି ସମସ୍ତ ଦଳର ସହଯୋଗ ଲୋଡ଼ିଛନ୍ତି । ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!