ନୂଆଦିଲ୍ଲୀ,୨୧।୧୧: ବିଶ୍ବକପ୍ କ୍ରିକେଟ ଫାଇନାଲରେ ରନର୍ସ ଅପ ହୋଇଥିଲା ଟିମ ଇଣ୍ତିଆ । ପୁରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ଦେବା ପରେ ମଧ୍ୟ କେବଳ ଗୋଟିଏ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ଚାମ୍ପିଅନ ହୋଇ ପାରିନାହିଁ ଦଳ । ଗୋଟିଏ ମ୍ୟାଚ; ଗତ ଚାରି ବର୍ଷର ପରିଶ୍ରମ, ସଂଘର୍ଷ, ଟ୍ରଫି ଜିତିବାର ସ୍ୱପ୍ନକୁ ଚୁରମାର କରି ଦେଇଥିଲା । ତୃତୀୟ ଥର ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇ ଯାଇଥିଲା । ବିଶ୍ବକପ୍ ଫାଇନାଲ୍ରେ ଅୟୋଜକ ଭାରତ ୬ ୱିକେଟ୍ରେ ଅଷ୍ଟ୍ରେଲିଆଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଦେଢ଼ମାସ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଭାରତ ଯେପରି ପ୍ରଦର୍ଶନ ଦେଇ ଫାଇନାଲ୍କୁ ଆସିଥିଲା ତାହା ଚମତ୍କାର ଥିଲା। କିନ୍ତୁ ଶେଷରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସୁନ୍ଦର ପ୍ରଦର୍ଶନ ଆଗରେ ହାର୍ ମାନିଯାଇଥିଲା। ତୃତୀୟ ବିଶ୍ବକପ୍ ସ୍ବପ୍ନ ଚୂରମାର ହେବା ପରେ ଭାରତୀୟ ଡ୍ରେସିଂ ରୁମ୍ରେ ଅବସାଦର ପରିବେଶ ଦେଖିବାକୁ ମିଳିଥିଲା। ଖେଳାଳିମାନେ ନିରାଶ ହୋଇ ବସିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଖେଳାଳିମାନଙ୍କୁ ସାନ୍ତ୍ବନା ଦେବା ସହ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ। ଚାମ୍ପିୟନ ଟିମ୍ ଅଷ୍ଟ୍ରେଲିଆକୁ ଟ୍ରଫି ଦେବା ପରେ ଭାରତୀୟ ଡ୍ରେସିଂ ରୁମକୁ ଯାଇଥିଲେ ମୋଦୀ । ସେଠାରେ ସେ ଦେଖିଥିଲେ, ଭାରତୀୟ କ୍ରିକେଟରମାନେ ଭାଙ୍ଗି ପଡ଼ିଛନ୍ତି, ବହୁତ ମନଦୁଃଖରେ ଅଛନ୍ତି । ଏହା ପରେ କ୍ରିକେଟରଙ୍କୁ ସେ ସାନ୍ତ୍ବନା ଦେଇଥିଲେ । ସେମାନଙ୍କ ମନୋବଳ ବଢାଇବାକୁ ଉତ୍ସାହଭରା କଥା କହିଥିଲେ । ଏପରିକି ବୋଲର ମହମ୍ମଦ ସାମିଙ୍କୁ ମୋଦି କୁଣ୍ଡାଇ ପକାଇଥିଲେ । ପରେ ଅନ୍ୟ ଖେଳାଳି ମାନଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ପୁରା ବିଶ୍ୱକପରେ ଏପରି ପ୍ରଦର୍ଶନକୁ ପ୍ରଂଶସା କରିଥିଲେ ମୋଦି ।ପ୍ରଧାନମନ୍ତ୍ରୀଙ୍କ ଏହି ବ୍ୟବହାର ବହୁତ ଖୁସି ଦେଇଛି, ଦୁଃଖ ଲାଘବ କରିବା ସହିତ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରିଛି ବୋଲି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ସାମି ଓ ରବୀନ୍ଦ୍ର ଜାଡେଜା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |