ଗୋଟିଏ ଟ୍ରାକରେ ୩ଟି ଯାତ୍ରୀବାହୀ ଟ୍ରେନ ମୁହାଁମୁହିଁ

ରାଉରକେଲା,୨୧।୧୧:   ରାଉରକେଲା ଷ୍ଟେସନର ଗୋଟିଏ ଟ୍ରାକରେ ୩ଟି ଯାତ୍ରୀବାହୀ ଟ୍ରେନ ମୁହାଁମୁହିଁ ହୋଇଛନ୍ତି । ପାଖାପାଖି ୧୦୦ ମିଟର ଦୂରରେ ୩ଟି ଯାକ ଟ୍ରେନ ରହିଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।ଗୋଟିଏ ଟ୍ରାକ୍‌କୁ ଆସିଗଲା ତିନୋଟି ଟ୍ରେନ୍ । ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା । ପାଖାପାଖି ୧୦୦ ମିଟର ଦୂରତାରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ହୋଇଛନ୍ତି । ରାଉରକେଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା । ତେବେ ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । କୈଣସି ଦୁର୍ଘଟଣାର ଆଶଙ୍କା ନାହିଁ, କିମ୍ଵା କୌଣସି ଭୟଭୀତ ହେବାର ନାହିଁ । ଝାରସୁଗୁଡ଼ା ହାଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହେଉଥିବା ରାଉରକେଲା ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ, ରାଉରକେଲା ଷ୍ଟେସନ ନିକଟରେ ୩ଟି ଯାତ୍ରୀବାହୀ ଟ୍ରେନ ଗୋଟିଏ ଟ୍ରାକରେ କୁବ ନିକଟତର ହୋଇଥିଲେ । ଏହି ଅଘଟଣରେ ରାଉରକେଲା ମେମୁ ସହିତ ଝାରସୁଗୁଡ଼ା ଟ୍ରେନ ମୁହାଁମୁହିଁ ହୋଇଛନ୍ତି । ଏହାପରେ ଉଭୟ ଟ୍ରେନ ପରେ ବନ୍ଦେ ଭାରତ ଟ୍ରେନ ମଧ୍ୟ ସେହି ଟ୍ରାକରେ ଆସୁଥିଲା । ତେବେ ଏହି ଗୋଟିଏ ପଏଣ୍ଟରେ ୩ଟି ଯାକ ଟ୍ରେନ ୧୦୦ ମିଟର ଦୂରତା ଭିତରେ ପାଖାପାଖି ହୋଇଥିଲେ । ତେବେ ସୌଭାଗ୍ୟବଶତଃ ଦୁଇଟି ଗାଡ଼ି ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ରାଉରକେଲାରୁ ୨୦୦ ମିଟର ଦୂରରେ ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଟ୍ରେନ ଦୁର୍ଘଟଣାରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଜାଣିବାକୁ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!