ନବରଙ୍ଗପୁର( ମିହିର ଶଙ୍କରପାତ୍ର),,୨୧।୧୧:-ଆମ ଜିଲ୍ଲା ନବରଙ୍ଗପୁର ବା ଅଭିଭକ୍ତ କୋରାପୁଟଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଚାଷୀ ତାର ପୁରୁଣା କୌଶଳରେ ଚାଷ କରିବା ଦ୍ୱାରା ଆଉ ଲାଭବାନ ହୋଇପାରୁନାହିଁ । ତେଣୁ ଆଧୁନିକ ପ୍ରଣାଳିରେ ଚାଷ କରିବା ସହିତ ଆଧୁନିକ ପ୍ରଣାଳିର ବିହନ ବ୍ୟବହାର କରିବା ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ବିହନ ଲୋପ ପାଇବାକୁ ବସିଲାଣି । ଗଷୀ ଆଉ ଆଗ ଭଳି ଧାନ ବିହନ ଘରେ ସଂଗ୍ରହ କରି ନରଖୀ ସମ୍ପୂର୍ଣ୍ଣ ରୂପେ ସରକାରୀ ବିହନ ଉପରେ ନିର୍ଭର କରିବାକୁ ପଡୁଛି । ଅଞ୍ଚଳରେ ପାଣିପାଗର ଅସ୍ଥିରତା ସାଙ୍ଗକୁ ମାଟିର ଉର୍ବରତା ଦିନକୁ ଦିନ କ୍ଷୟ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବର୍ତ୍ତମାନ ଆଉ ପାରମ୍ପରିକ ପଦ୍ଧତିରେ ପୂର୍ବଭଳି ଧାନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ବର୍ତ୍ତମାନ ଆଧୁନିକ ଚାଷ ନାଁରେ ଶଙ୍କର ଜାତୀୟ ବିହନ ପ୍ରୟୋଗ , କୀଟନାଶକ,ରାସାୟନିକ ସାର ସହ ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁଁ ବର୍ତମାନ ଯୁଗର ଚାଷୀଙ୍କ ସଂଜ୍ଞା ବଦଳିଯାଇଛି । ବର୍ତ୍ତମାନ ଆଉ ଚାଷ କାମରେ ବଳଦ , ହଳ , ଲଙ୍ଗଳ , ମହି , ଯୁଆଳି ପ୍ରଭୃତି ଲୋପ ପାଇବାକୁ ଗଲାଣି । ଆଗ ଚାଷୀ ମାନେ ଧାନ ଅମଳ ହେବାପରେ ବିହନ ପାଇଁ ସାଇତି ରଖ୍ ବଳକାକୁ ଖଇବା ଓ ବିକ୍ରି କରିଥାନ୍ତି କିନ୍ତୁ ବର୍ତ୍ତମନ ଚାଷୀ ମାନେ ଅଧିକ ଅମଳ ନିମନ୍ତେ ପାରମ୍ପରିକ ଦେଶୀ ଧାନ ଓ ଜୈବିକ ଚାଷ ପ୍ରଣାଳିରୁ ଦୂରେଇଯାଇ ବିଦେଶୀ ଧାନ ଯାହାକି ଅଧିକ ଅମଳକ୍ଷମ ଧାନ ଚାଷ ପାଇଁ ଆଗ୍ରହ ଦେଖାଉଛନ୍ତି । ସରକାରୀ ବିହନ କେନ୍ଦ୍ର ଗୁଡ଼ିକରେ ଆଉ ପୂର୍ବଭଳି ହଳଦୀଚୁଡ଼ି , ରତ୍ନ ଚୁଡ଼ି , କଳାଜିରା , ମହିପାଳ , ଜଗନ୍ନାଥ , ବଡ଼ ମୟୂରୀ ଭଳି ଦେଶୀ ଧାନ ବିହନ ମିଳୁନାହିଁ ,ତା ବଦଳରେ ଅଧିକ ଅମଳ ପାଇଁ ମିଳୁଛି ପୂଜା , ଟି କି ମୟୂରୀ , ସ୍ପର୍ଶ ମହୂରୀ , ଶ୍ୟାମା , ରାଜେନ୍ଦ୍ର , ମହୂରୀ , ବିପିଟି , ବିଣା , ଏମ୨ , ୧୦୧୦ ଇତ୍ୟାଦି । ତେବେ ଅତ୍ୟଧିକ ଅମଳ ନାଁରେ ଶଙ୍କରଜାତୀୟ ବିହନ ପ୍ରୟୋଗ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଫଳରେ ଉତ୍ପାଦନ କ୍ଷମତା ବଢିଥିଲେ ମଧ୍ୟ ଦେଶୀ ଧାନ ଭଳି ପରମ୍ପରିକ ଧାନର ଗୁଣମାନ ଦେଖିବାକୁ ମିଳୁନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |