ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୧।୧୧:- ଯେଉଁ ମିଲର୍ମାନେ ଚାଉଳ ଫେରାଇବେ ନାହିଁ ସେମାନଙ୍କୁ ମଣ୍ଡିରେ ଧାନ ସଂଗ୍ରହ ପାଇଁ ସୁଯୋଗ ମିଳିବ ନାହିଁ|ଜିଲ୍ଲାରେ ମିଲର୍ସଙ୍କୁ ଲାଗିଛି ଏଫ ଆରକେ ଝଟକା ଚାଉଳର ବି.ଆର୍.ଏଲ ମାନ କମ୍ ନେଇ ତଦନ୍ତ ରିପୋର୍ଟ ଆସିବା ପରେ ୧୩ଜଣ ମିଲର୍ ୧୬ହଜାର ୨୪୦କୁଇଣ୍ଟାଲ ଚାଉଳ ଫେରାଇ ନେବେ ବୋଲି ଜଣାପଡିଛି।ଯାହାକୁ ନେଇ ସମ୍ପୃକ୍ତ ମିଲର୍ସଙ୍କ ଚିନ୍ତା ବଢି ଯାଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଶତ ପ୍ରତିଶତ ଚାଉଳ ଫେରାଇବା ପାଇଁ ନିର୍ଦ୍ଦେଶନାମା ଆସିଛି। ସୂଚନା ଅନୁସାରେ, ଖାଦ୍ୟ ସୁରକ୍ଷା ଯୋଗାଣ ହେଉଥିବା ଯୋଜନାରେ ଚାଉଳ ଓ ସରକାରୀ ଭାବେ ସଂଗ୍ରହ କରାଯାଉଥିବା ଚାଉଳର ଗୁଣବତ୍ତା ନେଇ ଗତ ଜୁନ୍ ୨୧ତାରିଖରେ କେନ୍ଦ୍ରୀୟ ପ୍ରତିନିଧି ଦଳ ପରୀକ୍ଷା କରିଥିଲେ । ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ଗୁଣବତ୍ତା ନିୟନ୍ତ୍ରଣ କକ୍ଷ ପକ୍ଷରୁ ବୈଷୟିକ ଅଧିକାରୀ ପୁନୀଥ କୁମାର ସିଏଚ, ପ୍ରଭାକରନ ପି, ଜୟପୁର ଏଫସିଆଇର ଗୁଣବତ୍ତା ନିୟନ୍ତ୍ରଣ କକ୍ଷର ଏଜିଏମ୍ ମନୀଷ ଦେବ ପ୍ରତାପଙ୍କୁ
ନେଇ ଏକ ଟିମ୍ ନବରଙ୍ଗପୁର ସହରରେ ଥିବା ଏଫସିଆଇ, କେନ୍ଦ୍ରୀୟ ଚାଉଳ ଗୋଦାମ, ରାଜ୍ୟ ଚାଉଳ ଗୋଦାମ ସମେତ କିଛି ମିଲ୍କୁ ଯାଇ ଗଚ୍ଛିତ ଚାଉଳର ମାନ ପରୀକ୍ଷା କରିଥିଲେ ।ଏଫଅ ଝଟ ମହଜୁଦ ଚାଉଳର ପରିମାଣ, ଫୁଡ୍ ଲାଇସେନସ୍,ବାର୍କୋଡ, ଫର୍ଟିଲାଇଜଡ୍ ଚାଉଳଆଦି ସଂକ୍ରାନ୍ତରେ ଟିକିନିଖି ତଦନ୍ତ କରି ଚାଉଳ ନମୁନା ସଂଗ୍ରହ କରିଥିଲେ। ରିପୋର୍ଟରେ ଏହି ଚାଉଳର ମାନ ଏଫଆରକେର ଆବଶ୍ୟକ ମାନଠାରୁ କମ୍ ଦର୍ଶାଯାଇଛି । ଏପରିସ୍ଥଳେ, ୧୩ଜଣ ମିଲରଙ୍କ ୫୬ ଲାଟ୍ ଚାଉଳରେ ଆବଶ୍ୟକ ପୋଷକ ତତ୍ତ୍ବ ଅଭାବରୁ ଫେରାଇ ନେବାକୁ ଉକ୍ତ କେନ୍ଦ୍ରୀୟ ଟିମ୍ଚିଠି କରିଥିବା ଜଣାପଡିଛି। ୫୬ଲାଟ୍ ଚାଉଳର ପରିମାଣ ୧୬ହଜାର୨୪୦କୁଇଣ୍ଟାଲ। ଚାଉଳ ଫେରାଇ ପୁଣି ଫରଟିଫାଇଡ ପରେ ଯୋଗାଇ ଦେବାକୁ ଚିଠି ହୋଇଛି। ଫେରାଇବା ପରେ ଏହି ଚାଉଳକୁ ଅଲଗା ରଖାଯିବ ଓ ପୁଣି ଥରେ ଏକ ଯୁଗ୍ମ ଟିମ୍ ଆସି ପରୀକ୍ଷା କରିବା ପରେ ସରକାରୀ ଭାବେ ସଂଗ୍ରହ ହେବ ବୋଲି ଜଣାପଡିଛି।ଖାଉଟିଙ୍କୁ ପୋଷକ ତତ୍ତ୍ବ ଥାଇ ଚାଉଳ ଯୋଗାଇ ଦେବାକୁ ସରକାରୀ ନିର୍ଦ୍ଦେଶ ରହିଛି।ସେହି ଅନୁସାରେ, ଫରଟିଫାଇଡ ଚାଉଳ ପ୍ରସ୍ତୁତ କରୁଥିବା ସଂସ୍ଥାରୁ ମିଲର୍ମାନେ ଆଣି ୧କୁଇଣ୍ଟାଲ ଚାଉଳରେ ୧କେଜି ମିଶାଇ ସରକାରଙ୍କୁ ଯୋଗାଇ
ଦେବାକୁ ନିୟମ ରହିଛି। ଗୋଦାମ କର୍ତ୍ତୃପକ୍ଷ ଚାଉଳ ମାନ ପରୀକ୍ଷା କରି ଗ୍ରହଣ କରିବାକୁ କୁହାଯାଇଛି। ତେବେ ଉକ୍ତ ଟିମ୍ କେବଳ ନବରଙ୍ଗପୁର ସହର ଗୋଦାମକୁ ପରୀକ୍ଷା କରିଥିବା ବେଳେ ଜିଲ୍ଲାର ଅନ୍ୟ ଗୋଦାମଗୁଡିକୁ ତଦନ୍ତ କରିନାହାନ୍ତି। ଏବେ ସୁଦ୍ଧା ଜିଲ୍ଲାର ମୋଟ ୮୬ଟି ମିଲର୍ଙ୍କ ମଧ୍ୟରୁ ୪୭ଟି ମିଲର୍ ଶତ ପ୍ରତିଶତ ଚାଉଳ ଫେରାଇଥିବା ବେଳେ ଏବେ ସୁଦ୍ଧା ୩୯ ଗୋଟି ମିଲର୍ ୧ଲକ୍ଷ ୩୧ହଜାର ୫୮୦କୁଇଣ୍ଟାଲ ଚାଉଳ ଫେରାଇ ନାହାନ୍ତି। ୬ଗୋଟି ମିଲର ୭୦ପ୍ରତିଶତରୁ କମ୍ ଚାଉଳ ପ୍ରଦାନ କରିଛନ୍ତି। ଚାଉଳ ଫେରାଇବା ତାରିଖ ଆସନ୍ତା ୩୦ ତାରିଖ ରଖାଯାଇଛି । ଏଣେ ଜିଲ୍ଲାରେ ଆସନ୍ତା ମାସ ୧୦ ତାରିଖରେ ଆରମ୍ଭ ହେବ ମଣ୍ଡି।ଯେଉଁ ମିଲର୍ମାନେ ଚାଉଳ ଫେରାଇବେ ନାହିଁ ସେମାନଙ୍କୁ ମଣ୍ଡିରେ ଧାନ ସଂଗ୍ରହ ପାଇଁ ସୁଯୋଗ ମିଳିବ ନାହିଁ ବୋଲି ଡିଏଲପିସି ବୈଠକରେ ରୋକ୍ଠୋକ୍ ଶୁଣାଇ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |