ବିଶାଖାପାଟଣା ,୨୪ା୧୧ : ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଖେଳିଥିବା ପ୍ରଥମ ଟି-୨୦ ମ୍ୟାଚରେ ବିଜୟୀ ହୋଇଛି । ଗୁରୁବାର ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୨ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନଙ୍କ ଅର୍ଦ୍ଧଶତକ ଆଗରେ ଜୋଶ ଇଙ୍ଗଲିଶଙ୍କ ଶତକ ବେକାର ସାବ୍ୟସ୍ତ ହୋଇଛି। ଏହି ବିଜୟ ଭାରତୀୟ କ୍ରିକେଟପ୍ରେମୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି । ଏଥି ସହତି ଭାରତ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।ଭାରତ-ଅଷ୍ଟ୍ରେଲିଆ ଟି-୨୦ ମୁକାବିଲା । ପ୍ରଥମ ମ୍ୟାଚ୍ ରେ ଭାରତର ଚମତ୍କାର ପ୍ରଦର୍ଶନ । ୨୦୯ ରନର ବିଶାଳ ଲକ୍ଷ୍ୟକୁ ଚେଜ୍ କରି ଟିମ୍ ଇଣ୍ଡିଆ ବିଜୟୀ । ଶେଷ ବଲରେ ଛକା ମାରି ଭାରତକୁ ବିଜୟୀ କରାଇଲେ ରିଙ୍କୁ ସିଂହ । ବିଶାଖାପାଟଣାଠାରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ପ୍ରତି ଦର୍ଶକଙ୍କ ଫୁଲ୍ ପଇସା ହୋଇଛି ବସୁଲ।
ଅଷ୍ଟ୍ରେଲିଆ ଜୋଶ ଇଙ୍ଗଲିଶଙ୍କ ୧୧୦ରନ ବଳରେ ୨୦୮ରନ କରିଥିଲା। ଜବାବରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୮୦ ଓ ଇଶାନ କିଷନଙ୍କ ୫୮ରନ ବଳରେ ୮ ୱିକେଟ ହରାଇ ଶେଷ ବଲରେ ୨୦୯ରନ କରି ବିଜୟୀ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |