ଭୁବନେଶ୍ୱର,୨୪।୧୧: ମାତ୍ର ୪ ଦିନ ପର୍ଯ୍ୟନ୍ତ ହିଁ ତିଷ୍ଠି ପାରିଛି ବିଧାନସଭାର ଶୀତ ଅଦିବେଶନ । ନଭେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶୀତ ଅଧିବେଶନ ୨୪ ତାରିଖରେ ହିଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦାରି ସମୟର ଯଥେଷ୍ଟ ପୂର୍ବରୁ ଏହି ଅଧିବେଶନକୁ ଶେଷ ହୋଇଛି । କାର୍ଯ୍ୟସୂଚୀ ଅନୁସାରେ, ଅଧିବେଶନର ଶେଷ ତାରିଖ ଡିସେମ୍ବର ୩୦ ତାରିଖ ରହିଥିଲା । କିନ୍ତୁ ଆରମ୍ଭର ମାତ୍ର ୪ ଦିନ ଭିତରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ । କାର୍ଯ୍ୟସୂଚୀରେ ୩୦ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୨୬ଟି କାର୍ଯ୍ୟ ଦିବସ ବାକି ଥାଇ ବିଧାନସଭା ଅଧିବେଶନ ଶେଷ ହୋଇଛି । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଏହି ଅଧିବେଶନ ଗତ ୨୧ ତାରିଖ ଦିନ ଆରମ୍ଭ ହୋଇଥିଲା। ଆଜି ଯାଏଁ ୪ଟି କାର୍ଯ୍ୟ ଦିବସରେ କିଛି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। କିନ୍ତୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବାକି ୨୬ଟି କାର୍ଯ୍ୟ ଦିବସରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ। ଏହାକୁ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ଓ ଭୁପିନ୍ଦର ସିଂ ସମର୍ଥନ ଜଣାଇଥିଲେ। ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର କକ୍ଷ ତ୍ୟାଗ କରିଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |