ଘଣ୍ଟାକ ଭିତରେ ଧବଳେଶ୍ୱର ମନ୍ଦିର ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ବର, ୨୪।୧୧:ଆଜି ହେଉଛି ମହା କାର୍ତ୍ତିକର ଦ୍ୱିତୀୟ ପଞ୍ଚକ। ରାତି ୩ଟାରୁ ପ୍ରଭୁ ଧବଳେଶ୍ୱରଙ୍କର ସମସ୍ତ ନୀତିକନ୍ତି ସରିଥିଲା। ତା’ପରେ ଦର୍ଶନ ନିମନ୍ତେ ଦ୍ୱାର ଫିଟା ଯାଇଥିଲା। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ବହୁ ଉତ୍ସାହର ସହ ଦର୍ଶନ କରୁଥିଲେ। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବାବାଙ୍କୁ ଦର୍ଶନ କରୁଥିଲେ। ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଂକ୍ରିଟ୍ ବ୍ରିଜଠାରୁ ମନ୍ଦିର ବେଢା ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରାଯାଇଥିଲା।ତେବେ ମନ୍ଦିର ପ୍ରଶାସନ କରିଥିବା ବ୍ୟାରିକେଡ୍‌କୁ ପୂଜକ ସମିତି ବିରୋଧ କରିଥିଲା। ଯାହାଫଳରେ ପ୍ରଶାସନ ଓ ପୂଜକ ସମିତି ମୁହାଁମୁହିଁ ହୋଇଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ଆଠଗଡ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସ୍‌ପି ପୂଜକମାନଙ୍କ ସହ ଆଲୋଚନା କରିଥିଲେ। ବୁଝାସୁଝା କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରିନଥିଲା। କେତେ ଆଶା ଓ ବିଶ୍ୱାସ ନେଇ ଧାଇଁ ଯାଇଥିଲେ ଶ୍ରଦ୍ଧାଳୁ। ଭାବିଥିଲେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ହେଲେ ବାବାଙ୍କ ଦର୍ଶନ କରିପାରିଲେ ନାହିଁ ହଜାର ହଜାର ଶ୍ରଦ୍ଧାଳୁ। ପୂଜକ ଓ ପ୍ରଶାସନ ବିବାଦ ଯୋଗୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିଲେନି ଶ୍ରଦ୍ଧାଳୁ।ଘଣ୍ଟାକ ଭିତରେ ଧବଳେଶ୍ୱର ମନ୍ଦିର ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ। ନିର୍ଦ୍ଦେଶ ସହ ନୋଟିସ୍ ଲଗାଇଲେ ଆଠଗଡ଼ ଉପଜିଲ୍ଲାପାଳ। ଘଣ୍ଟାକ ମଧ୍ୟରେ ମନ୍ଦିର ଦ୍ୱାର ନ ଖୋଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଲେ ଆଠଗଡ଼ ଉପଜିଲ୍ଲାପାଳ। ପୂଜା ନୀତି ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ସକାଳ ୧୦ରୁ ଦର୍ଶନ କରିପାରୁ ନାହାନ୍ତି। ବ୍ୟାରିକେଡ୍ ବ୍ୟବସ୍ଥାକୁ ବିରୋଧ କରି ଧାରଣା ଦେଇଛନ୍ତି ପୂଜକ।ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିନପାରି ହଜାର ହଜାର ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଧରି ଖରାରେ ଲମ୍ବା ଧାଡିରେ ଠିଆ ହୋଇଥିଲେ। ପ୍ରଶାସନ ଓ ପୂଜକ ସମାଜର କଳି ଯୋଗୁ ଏପରି ଅବସ୍ଥା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଶ୍ରଦ୍ଧାଳୁମାନେ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ପୂଜକଙ୍କ ଜିଦ୍‌କୁ ନେଇ କଠୋର ହୋଇଛି ପ୍ରଶାସନ। ଘଣ୍ଟାକ ଭିତରେ ଧବଳେଶ୍ୱର ମନ୍ଦିର ଦ୍ୱାର ଖୋଲିବାକୁ ନୋଟିସ୍‌ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ଦ୍ୱାର ନ ଖୋଲିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!