ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ଜଣେ ବୋଝିଆ ସେବାୟତ ଗୁରୁତର

ପୁରୀ,୨୫।୧୧: ଆଜି ପଞ୍ଚୁକର ତୃତୀୟ ଦିନ। କାର୍ତ୍ତିକ ମାସ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି। ଏହି ବେଶରେ ଠାକୁର ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶ କରିଥାନ୍ତି। ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ଦର୍ଶନ କଲେ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ଏଣୁ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଛି।ଶ୍ରୀମନ୍ଦିରରୁ ଆସିଲା ଆଉ ଏକ ଅଘଟଣର ଖବର। ଗରମ ଡାଲି ପଡ଼ି ଜଣେ ବୋଝିଆ ସେବାୟତ ଗୁରୁତର ହୋଇଛନ୍ତି। ତେବେ ଆହତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି |ବାଇଶି ପାହାଚରେ ଠେଲାପେଲା ଯୋଗୁଁ ଏହି ବୋଝିଆ ସେବାୟତ ଗୁରୁତର ହୋଇଛନ୍ତି। ସଦର ଥାନା ଅଧୀନ କନ୍ଥପୁର ନିବାସୀ ଜମ୍ବେଶ୍ଵର ବରାଡ଼ ଆଜି ବେତାରେ ମହାପ୍ରସାଦ ନେଇ ଆସୁଥିଲେ। ଏହି ସମୟରେ ବାଇଶି ପାହାଚରେ ପ୍ରବଳ ଭିଡ଼ ଲାଗିରହିଥିଲା। ଜମ୍ବେଶ୍ଵର ଏହି ଭିଡ଼ ଦେଇ ଅତିକ୍ରମ କରୁଥିବା ବେଳେ ଭକ୍ତମାନଙ୍କ ଧକ୍କାରେ ଆହତ ହୋଇଥିଲେ। ଗରମ ଡାଲି ଓ ଅନ୍ନ ଆଣି ଆସୁଥିବାରୁ ତାହା ପଡ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!