ବେଙ୍ଗାଲୁରୁ,୨୫।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ବେଙ୍ଗାଲୁରୁରେ ତେଜସ ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ। ଲଢ଼ୁଆ ବିମାନରେ ଚଢ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଲେ। ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି।‘ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ର ଉତ୍ପାଦନ କାରଖାନାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ‘ତେଜସ୍’ ଯୁଦ୍ଧ ବିମାନରେ ବସି ୪୫ ମିନିଟ୍ ଧରି ଆକାଶରେ ଉଡ଼ି ବୁଲିଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।ଏହା ଏକ ଡବଲ ସିଟର ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ୨ ଟି ସ୍କ୍ବାଡ୍ରନ ବାୟୁସେନାରେ ଭର୍ତ୍ତି କରାଯାଇଛି।ଯୁଦ୍ଧ ବିମାନ ଉଡ଼ାଇବା ପରେ ପିଏମ ମୋଦି କହିଛନ୍ତି ଏହି ଅଭିଜ୍ଞତା ଅବିଶ୍ୱସନୀୟ ଭାବରେ ସମୃଦ୍ଧ ହୋଇଛି, ଯାହା ଆମ ଦେଶର ସ୍ବଦେଶୀ ଦକ୍ଷତା ଉପରେ ମୋର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି। ଆମ ଭିତରେ ଆମର ଜାତୀୟ ସାମର୍ଥ୍ୟ ବିଷୟରେ ନବୀକରଣ ହୋଇଥିବା ଗର୍ବ ଏବଂ ଆଶାବାଦୀ ଭାବନା ସୃଷ୍ଟି ହୋଇଛି।ଏ ସଂକ୍ରାନ୍ତରେ ସୋଶାଲ ମିଡିଆରେ ପ୍ରଧାନମନ୍ତ୍ରୀ ନିଜ ଅନୁଭୂତି ବଖାଣିଛନ୍ତି। ସେ ‘X’ରେ ପୋଷ୍ଟ କରି କହିଛନ୍ତି, ‘ତେଜସରେ ସଫଳତାର ସହିତ ଉଡାଣ ପୂରଣ କରିଛି। ‘ତେଜସ୍’ରେ ଉଡିବାର ଅନୁଭବ ଅବିଶ୍ୱନୀୟ। ଆତ୍ମନିର୍ଭରତାରେ ଆମେ କାହାଠାରୁ ବି କମ୍ ନୁହଁ । ସ୍ୱଦେଶୀ କ୍ଷମତା ଉପରେ ଭରସା ଅଧିକ ବୃଦ୍ଧି ପାଇଛି। ତେଜସ୍ ଯୁଦ୍ଧ ବିମାନକୁ ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ବିକଶିତ କରାଯାଇଛି।’
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |