ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୫।୧୧:ଡାବୁଗାଁ ବ୍ଲକରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଏଲ୍ଇଡି ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଉନ୍ନୟନମୂଳକ ଏବଂ ଜନ ହିତକର କାର୍ଯ୍ୟ ଗୁଡ଼ିକ ର ପ୍ରଚାର ପ୍ରସାର ପାଇଁ ଆଜି ଡାବୁଗାଁ ପଞ୍ଚାୟତ ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଡାବୁଗାଁ ବିଡ଼ିଓ ଶରତ ମାଝୀ, ଡାବୁଗାଁ ପଞ୍ଚାୟତ ପିଇଓ , ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। କିନ୍ତୁ ସଠିକ ଲିଫଲେଟ୍ ବଣ୍ଟନ କରାଯାଇ ନଥିଲା ଏବଂ ଏଲ୍ଇଡି ଭ୍ୟାନ ମଧ୍ୟ ଉପଲବ୍ଧ ନ ଥିଲା। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର ଡାବୁଗାଁ ସ୍ଥାନୀୟ ପ୍ରଶାସନ ର ଅବହେଳା କୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଡାବୁଗାଁ ପଞ୍ଚାୟତ ସମିତି ର ଅଧିକାରୀମାନେ ଚାହିଁଲେ ଏଭଳି ଅବ୍ୟବସ୍ଥାରେ କାର୍ଯ୍ୟକ୍ରମ ହୋଇ ନଥାନ୍ତା। ଗତ ୨୩ ତାରିଖ ରୁ ଆରମ୍ଭ ହୋଇ ଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର ଏବଂ ମଣ୍ଡଳ ସାଧାରଣ ସଂପାଦକ ମହେଶ ପାତ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଯଥା ଶୀଘ୍ର ସୁବ୍ୟବସ୍ଥା କରିବାକୁ ଏବଂ ଲିଫଲେଟ୍ ବାଣ୍ଟିବାକୁ କହିବା ପରେ କେନ୍ଦ୍ର ସରକାରଙ୍କ ଉନ୍ନତି ମୂଳକ ଯୋଜନା ଗୁଡିକ ବିଷୟରେ ଲିପିବଦ୍ଧ ଥିବା ଲିଫଲେଟ୍ ବଣ୍ଟନ କରା ଯାଇଥିଲା। ଆଗାମୀ କାର୍ଯ୍ୟକ୍ରମ ସଠିକ ଭାବେ କରାଯାଉ ବୋଲି ସେ ଆୟୋଜକ ଏବଂ ଅଧିକାରୀ ମାନଙ୍କୁ ଜଣାଇ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |