ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୫।୧୧ : ଉତ୍ତରାଖଣ୍ଡର ଟନେଲରେ ଫସିଥିବା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ତାଳବେଢ଼ା ଗ୍ରାମର ଶ୍ରମିକ ଭଗବାନ ଭତ୍ରା ଙ୍କ ଘରକୁ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଯାଇ ପରିବାର ବର୍ଗକୁ ଭେଟି ସାନ୍ତ୍ୱନା ଦେବା ସହିତ ସମବେଦଦନା ଜଣାଇଲେ । ଭଗବାନ ଙ୍କ ସହିତ କିଭଳି ଅନ୍ୟ ଶ୍ରମିକ ମାନେ ସୁରକ୍ଷିତ ଭାବେ ଟନେଲ ରୁ ବାହାରିବେ ସେନେଇ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏବଂ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟର ତ୍ୱରାନ୍ୱିତ ନେଇ କେନ୍ଦ୍ର ସରକାର ଙ୍କ ସହିତ ଓ ଉତ୍ତରାଖଣ୍ଡ ରାଜ୍ୟ ସରକାର ଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ପ୍ରତ୍ୟେକ ମୁହୂର୍ତ୍ତ ରେ ଯୋଗାଯୋଗ ରେ ଥିବା ନେଇ ବିଧାୟକ ରନ୍ଧାରୀ ପ୍ରକାଶ କରିଥିଲେ । ତତ ସଙ୍ଗେ ସଙ୍ଗେ ଭଗବାନ ଭତ୍ରାଙ୍କ ପରିବାରର ରସନକାଡ଼ ନଥିବା ଜାଣି ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ମାତ୍ର ୧୨ ଘଣ୍ଟାରେ ପରିବାର ବର୍ଗଙ୍କୁ ରସନକାଡ଼ ଜଗାଇଦେଲେ ବିଧାୟକ।ରିପୋଟ ,ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |