ଭୁବନେଶ୍ୱର ,୨୬।୧୧: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବାପରେ ରାଜଭବନରେ ବିଶ୍ରାମ ନେବେ। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତିଦୁଇ ଦିନିଆ କାର୍ଯ୍ୟକ୍ରମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟା ୬ଟାରେ ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ରାଜଭବନକୁ ଯାଇ ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟସୂଚୀ ରହିଛି। ୨୭ ତାରିଖ ଆର୍ଥାତ୍ ସୋମବାର ଦିନ ପାରାଦୀପ ଯାଇ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିମାନବନ୍ଦରରୁ ଆରମ୍ଭ କରି ରାଜଭବନ ପର୍ଯ୍ୟନ୍ତ ରୁଟ୍ ଲାଇନ୍ର ସୁରକ୍ଷାକୁ ଦି’ଗୁଣା କରାଯିବ। ଗତକାଲି କାରକେଡ୍ ରିହର୍ସାଲ କରାଯାଇଛି। ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଲାଗି ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏଥିସହିତ ଡିସିପି ଓ ଅତିରିକ୍ତ ଡିସିପି ୫ଜଣ, ୧୧ଜଣ ଏସିପି, ୧୮ଜଣ ଇନ୍ସପେକ୍ଟର, ୭୧ଜଣ ଏସ୍ଆଇ/ଏଏସ୍ଆଇ, ହାବିଲଦାର ଓ କନଷ୍ଟେବଳ ମିଶାଇ ୧୪୭ଜଣ, ଦୁଇ ୟୁନିଟ୍ ଏସ୍ଟିୟୁ, ୫୬ଜଣ ଗୃହରକ୍ଷୀ ଓ ୨୦ ଜଣ ମହିଳା କନଷ୍ଟେବଳଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ଏୟାରପୋର୍ଟ ଓ ରାଜଭବନରେ ଆହୁରି ସୁରକ୍ଷାକୁ କଡାକଡି କରିବା ଲାଗି ଦୁଇଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ପାରାଦୀପ କାର୍ଯ୍ୟକ୍ରମ ସାରି ସୋମବାର ଅପରାହ୍ଣରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି କାର୍ଯ୍ୟସୂଚୀରେ ସ୍ଥିର କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |