ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦

ତିରୁଅନନ୍ତପୁରମ୍‌  ,୨୬।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ରବିବାର ତିରୁଅନନ୍ତପୁରମରେ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ଗ୍ରୀନ୍‌‌ଫିଲ୍ଡ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌‌ରେ ଯେପରି ପିଚ୍‌‌ ଫ୍ଲାଟ ଥିଲା, ଏଠାରେ ମଧ୍ୟ ସମାନ ଅବସ୍ଥା। କେବଳ ଏଠାରେ ସ୍ପିନ ବୋଲରଙ୍କ କିଛିଟା ଭଲ ପ୍ରଦର୍ଶନ ରହିଛି।  ଭାରତ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବାକୁ ନିଶ୍ଚିତ ଉଦ୍ୟମ କରିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଯୁବ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ବୋଲିଂ ଅପେକ୍ଷା ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିବା ସହିତ ୨୦୯ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ସୂର୍ଯ୍ୟକୁମାର ଓ ଈଶାନ କିଷନ ଚମତ୍କାର ବ୍ୟାଟିଂ କରିଥିବାବେଳେ ରିଙ୍କୁ ସିଂହ ମ୍ୟାଚ ଫିନିସର ଦାୟିତ୍ବ ତୁଲାଇଥିଲେ। ଦୁଇ ଓପନର ଯଶସ୍ବୀ ଜୟସୱାଲ ଓ ଋତୁରାଜ ଗାଏକ୍ବାର୍ଡ ଆଶା ଅନୁଯାୟୀ ଖେଳିପାରିନଥିଲେ। ଋତୁରାଜ ରନଆଉଟ୍‌ ହୋଇଥିବାବେଳେ ଜୟସୱାଲ ଓ ତିଲକ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ତିଲକ, ଋତୁରାଜ ଓ ଜୟସୱାଲଙ୍କ ପାଇଁ ଦ୍ବିତୀୟ ମ୍ୟାଚରେ ରନ କରିବାର ସୁଯୋଗ ରହିଛି। ବୋଲିଂରେ ମୁକେଶ କୁମାରଙ୍କୁ ବାଦ୍‌ ଦେଲେ ଅନ୍ୟ ସସସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅର୍ଶଦୀପ୍‌ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ରବି ବିଷ୍ଣୋୟି ଓ ଅକ୍ଷର ପଟେଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଉକ୍ତ ବୋଲରଙ୍କ ନିକଟରେ ବୋଲିଂ ତ୍ରୁଟିକୁ ସୁଧାରିବା ନେଇ ସୁଯୋଗ ରହିଛି। ଅକ୍ଷର ଅଲରାଉଣ୍ଡର ଭାବେ ଖେଳୁଥିଲେ ମଧ୍ୟ ଉକ୍ତ ଭୁମିକାକୁ ସଠିକ ଭାବେ ତୁଲାଇବାରେ ବିଫଳ ହୋଇଥିଲେ। ଦ୍ବିତୀୟ ମ୍ୟାଚରେ ଅକ୍ଷରଙ୍କ ସ୍ଥାନରେ ଶିଭମ ଦୁବେ ଓ ଅର୍ଶଦୀପ୍‌ଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ସୁଯୋଗ ମିଳିବା ନେଇ ଆଶା କରାଯାଉଛି|

ସମ୍ଭାବ୍ୟ ଭାରତୀୟ ଏକାଦଶ: ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ମୁକେଶ କୁମାର।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ମାଥ୍ୟୁ ସର୍ଟ, ମାଥ୍ୟୁ ୱେଡ, ଷ୍ଟିଭ୍‌ ସ୍ମିଥ୍‌/ଟ୍ରାଭିସ ହେଡ୍, ଜୋସ ଇଂଲିସ, ଗ୍ଲେନ୍‌ ମ୍ୟାକ୍ସେୱେଲ, ମାର୍କସ ଷ୍ଟୋଇନିସ, ଟିମ୍‌ ଡେଭିଡ୍‌, ନାଥନ ଏଲିସ୍‌, ସିନ୍‌ ଆବୋଟ, ଜାସନ ବେହରେନଡର୍ଫ, ଆଡ଼ାମ ଜାମ୍ପା/ତନବୀର ସଂଘ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!