ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ,୨୬ା୧୧: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଏଥିପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଆଜି ରାତିସାରା ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।ସେ କହିଛନ୍ତି, ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଭକ୍ତଙ୍କ ସଂଖ୍ୟା ଦ୍ୱିଗଣିତ ହେବେ। କାଲି କିପରି ମହାପ୍ରଭୁଙ୍କ ନିତିକାନ୍ତି କରାଯିବ ସେନେଇ ପ୍ରସ୍ତୁତ ଚାଲିଛି। ଆଜି ରାତିସାରା ଶ୍ରୀମନ୍ଦିର ଖୋଲା ରହିବ। ତେଣୁ ଯେଉଁ ଭକ୍ତମାନେ ଚାହିଁବେ ରାତିରେ ଆସି ଦର୍ଶନ କରିପାରିବେ। ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ଆବଶ୍ୟକ ପଡିଲେ ଶ୍ରୀଜିଉଙ୍କ ପହଡ଼ ବନ୍ଦ କରାଯିବ। ନଚେତ୍ ପ୍ରତୀକାତ୍ମକ ପହଡ଼ କଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ୫୦ ପ୍ଲାଟୁନ ଫୋର୍ସ ମୃତୟନ ରହିବେ ବୋଲି ପୁରୀ ଏସିପି କନୱର ବିଶାଳ ସିଂ, ସୂଚନା ଦେଇଛନ୍ତି। ଏସପି କହିଛନ୍ତି ଯେ, ଶ୍ରୀଜିଉଙ୍କୁ ବାହାର କାଠରେ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ମୁତୟନ କରାଯିବ। ମାର୍କେଟ ଛକରୁ କୌଣସି ଗାଡ଼ିକୁ ଭିତରକୁ ଛଡ଼ାଯିବ ନାହିଁ। ଭୁବନେଶ୍ୱର, କୋଣାର୍କ, ବ୍ରହ୍ମଗିରି ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ। ବେଳାଭୂମିରେ ମଧ୍ୟ ପୁଲିସ ସହ ଅଧିକ ଲାଇଫଗାର୍ଡ ମୁତୟନ ହେବେ।ରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!