ନୂଆଦିଲ୍ଲୀ,୨୬ା୧୧:ଉତ୍ତରାଖଣ୍ଡ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ବାୟୁସେନା ଆଜି ଗୁରୁତ୍ୱପୂର୍ଣ୍ଣ ଡିଆରଡିଓ ଯନ୍ତ୍ରପାତି ନେଇ ଘଟଣାସ୍ଥଳରେ ପହଂଚିଛି। ଗତକାଲି ରାତିରୁ ବାୟୁସେନା ଏଥିପାଇଁ ପ୍ରସ୍ତୁତି କରିଥିଲା।ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ ସାମିଲ ହେବ ସେନା। ଶ୍ରମିକଙ୍କୁ ଟନେଲ ଭିତରକୁ ବାହାର କରିବା ପାଇଁ ଆଗେଇ ଆସିଛି ଭାରତୀୟ ସେନା। ଅନ୍ୟ ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଇଣ୍ଡିଆନ୍ ଆର୍ମି। ପ୍ରଥମେ ଟେକନିସିଆନମାନେ ଫଶି ରହିଥିବା ଅଗର ମେସିନର କ୍ଷତିଗ୍ରସ୍ତ ଅଂଶ ବାହାର କରିବା ପରେ ସେନା ପକ୍ଷରୁ ମାନୁଆଲ ଡ୍ରିଲିଂ କରାଯିବ। ତେବେ ଏହି ଅଗର ମେସିନର କ୍ଷତିଗ୍ରସ୍ତ ପାର୍ଟ ବାହାର କରିବାକୁ ପ୍ରାୟ ଗୋଟିଏ ଦିନ ଲାଗିଯିବ ବୋଲି କୁହାଯାଉଛି।ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିଛି ପ୍ରଶାସନ। ହାଇଦ୍ରାବାଦରୁ ପ୍ଲାଜମା କଟର୍ ମେସିନ୍ ଆସି ପହଞ୍ଚିବା ପରେ ଆଜି ସକାଳୁ ପୁଣି ଥରେ ଅପରେସନ ଆରମ୍ଭ ହୋଇଛି। ଅଗର ମେସିନର ଏକ ଅଂଶ ପଥରରେ ଅଟକି ଯାଇଥିବାରୁ, ତାକୁ ବାହାର କରିବା କାମ ଚାଲିଛି। ଏହାପରେ ମାନୁଆଲି ଡ୍ରିଲିଂ କାମ ହେବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |