ଚୀନ୍‌ ସ୍କୁଲରେ ବ୍ୟାପୁଛି ନୂଆ ରୋଗ ନିମୋନିଆ

ନୂଆଦିଲ୍ଲୀ,୨୬ା୧୧ : ଚୀନ୍‌ରେ ବଢ଼ୁଥିବା ନିମୋନିଆ ଓ ଶ୍ଵାସ ରୋଗ ଭାରତ ପାଇଁ ଚିନ୍ତା ବଢାଇଦେଇଛି। ଚୀନ୍‌ର ସ୍କୁଲ୍‌ଗୁଡ଼ିକରେ ଏବେ ବ୍ୟାପି ଚାଲିଛି ରହସ୍ୟଜନକ ନିମୋନିଆ। ଏଭଳି ଡାକ୍ତରଖାନା ସବୁ ଏଥିରେ ଆକ୍ରାନ୍ତ ପିଲାମାନଙ୍କଦ୍ବାରା ଭରପୂର ହୋଇଯାଉଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତାଇୱାନ୍‌ର ଏକ ଟିଭି ରିପୋର୍ଟ କରିଛି ଯେ, ବେଜିଙ୍ଗ୍‌ ଓ ଲିଆଓନିଙ୍ଗ୍‌ରେ ଥିବା ଡାକ୍ତରଖାନାକୁ ନିମୋନିଆ ଦ୍ବାରା ଆକ୍ରାନ୍ତ ହୋଇଥିବା ଅସଂଖ୍ୟ ପିଲା ଆସୁଛନ୍ତି।ଚୀନରେ ଆତଙ୍କ ଖେଳାଇଥିବା ଏଚ୍୯ଏନ୍୨ ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ନେଇ ସତର୍କ ହୋଇଛନ୍ତି ଭାରତ ସରକାର। ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଜୟ ଶୁକ୍ଳା ଲୋକମାନଙ୍କୁ ସତର୍କ ରହିବା ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ବେଳେ ଏବେ ଭାରତ ସରକାର ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରସ୍ତୁତ ରହିବାକୁ କହିଛନ୍ତି।ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ଥ୍ୟସେବା ପ୍ରସ୍ତୁତିର ତୁରନ୍ତ ସମୀକ୍ଷା କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଚୀନରେ ପିଲାମାନଙ୍କ ମଧ୍ୟରେ ମାଇକୋପ୍ଲାଜ୍ମା ନିମୋନିଆ ଓ ଇନଫ୍ଲୁଏଞ୍ଜା ଫ୍ଲୁ ପ୍ରସାର ଯୋଗୁଁ ଉତ୍ପନ୍ନ ପରିସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟସେବା ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ବିଶେଷ ନିର୍ଦ୍ଦେଶ ଦେଇଛି। ଏହାଛଡ଼ା ଇନଫ୍ଲୁଏଞ୍ଜା ଓ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସଚିବ ଏକ ଚିଠିରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟସେବାର ତୁରନ୍ତ ସମୀକ୍ଷା କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ କହିଛନ୍ତି । ସମସ୍ତ ରାଜ୍ୟକୁ ସତର୍କ ନଜର ରଖିବାକୁ କୁହାଯାଇଛି। କରୋନା ମହାମାରୀର ତିନି ବର୍ଷ ପରେ ଚୀନ୍‌ରେ ଶ୍ୱାସ ରୋଗର ଲହର ଦେଖିବାକୁ ମିଳିଛି । ଏହା ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି। କୋଭିଡ୍-୧୯ ଭଳି ପରିସ୍ଥିତି ଏଡ଼ାଇବା ପାଇଁ ସମସ୍ତ ରାଜ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ସରକାର କହିଛନ୍ତି ଯେ ସମ୍ପ୍ରତି ଶ୍ଵାସ ରୋଗ ମାମଲା ଅଧିକ ରିପୋର୍ଟ ହେଉଛି ଯେଉଁଥିରେ ସ୍ୱାଇନ୍ ଫ୍ଲୁ, ମାଇକୋପ୍ଲାଜମା ନିମୋନିଆ ଓ SARS-CoV-2 ସାମିଲ । କିନ୍ତୁ ବର୍ତ୍ତମାନ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!