ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି : ୭ ପୁଲିସକର୍ମୀ ନିଲମ୍ବିତ

ନୂଆଦିଲ୍ଲୀ ,୨୬ା୧୧:  ଗତ ବର୍ଷ ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ମୋଟ୍‌ ୭ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ପଞ୍ଜାବ ସରକାର ବଡ଼ ଆକ୍ସନ ନେଇଛନ୍ତି। ଜଣେ ଏସ୍‌ପି, ଦୁଇ ଜଣ ଡିଏସ୍‌ପିଙ୍କ ସମେତ ୭ ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ୭ ଜଣ ପୁଲିସକର୍ମୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଚାର୍ଜସିଟ୍‌ ମଧ୍ୟ ଫାଇଲ୍‌ କରାଯାଇଛି।ରାଜ୍ୟ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶନାମାରେ ଭଟିଣ୍ଡା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୁରୁବିନ୍ଦର ସିଂହ ସାଙ୍ଘା, ଡିଏସ୍‌ପି ପାର୍ସୋନ୍‌ ସିଂହ ଓ ଜଗଦୀଶ କୁମାର, ଇନ୍ସପେକ୍ଟର୍‌ ଜତିନ୍ଦର ସିଂହ ଓ ବଲ୍‌ୱିନ୍ଦର୍‌ ସିଂହ, ସବ୍‌-ଇନ୍‌ସ୍‌ପେକ୍ଟର୍‌ ଯଶୱନ୍ତ ସିଂହ ଓ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ ରମେଶ କୁମାରଙ୍କୁ ନିଲମ୍ବନ କରାଯାଇଥିବା କଥା ଉଲ୍ଲେଖ କରାଯାଇଛି।ଏଥି ମଧ୍ୟରେ ଫିରୋଜପୁର ଜିଲ୍ଲାର ତତ୍କାଳୀନ ପୁଲିସ ଅଧୀକ୍ଷକଙ୍କ ସମେତ ଦୁଇ ଜଣ ଡିଏସପି ର‍୍ୟାଙ୍କର ଅଧିକାରୀ ସାମିଲ ଥିବା ଜଣାପଡ଼ିଛି। କର୍ତ୍ତବ୍ୟରେ ଅବହେଳା ପାଇଁ ପୁଲିସ ମହାନିର୍ଦେଶକ ଏହି ଅଧିକାରୀମାନଙ୍କୁ ନିଲମ୍ବିତ କରିଛନ୍ତି। ୨୦୨୨ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଞ୍ଜାବର ଫିରୋଜପୁର ଗସ୍ତ ସମୟରେ ସୁରକ୍ଷାରେ ତ୍ରୁଟି ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଏହି ମାମଲାରେ ତତ୍କାଳୀନ ପୁଲିସ ଅଧୀକ୍ଷକ ତଥା ବର୍ତ୍ତମାନର ଭଟିଣ୍ଡା ଏସପି ଗୁରୁବିନ୍ଦର ସିଂହଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ତାଲିକାରେ ନଭେମ୍ବର ୨୨ ତାରିଖର ଆଦେଶରେ ଆଉ ୬ ଜଣ ପୁଲିସ କର୍ମଚାରୀଙ୍କ ନାମ ତାଲିକାଭୁକ୍ତ ହୋଇଛି। ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଡିଏସପି ର‍୍ୟାଙ୍କର ଅଧିକାରୀ ପାରସନ ସିଂହ ଏବଂ ଜଗଦୀଶ କୁମାର, ଇନ୍ସପେକ୍ଟର ଜତିନ୍ଦର ସିଂହ ଏବଂ ବଲୱିନ୍ଦର ସିଂହ, ସବ୍-ଇନ୍ସପେକ୍ଟର ଜସୱନ୍ତ ସିଂହ ଏବଂ ସହକାରୀ ସବ୍-ଇନ୍ସପେକ୍ଟର ରମେଶ କୁମାରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!