ପ୍ରଧାନମନ୍ତ୍ରୀଙ୍କ `ମନ କି ବାତ୍’ କାର୍ଯ୍ୟକ୍ରମ, ସହିଦ ଯବାନ ଓ ନାଗରିକଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ ,,୨୬ା୧୧:  ୨୬ ନଭେମ୍ବର ୨୦୦୮ରେ ୧୦ ଜଣ ସଶସ୍ତ୍ର ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ଏକ ସମନ୍ବିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କ୍ଷୟକ୍ଷତି ଘଟାଇଥିଲେ। ଯାହା ସବୁଠୁ ଯନ୍ତ୍ରଣାଦାୟକ ଥିଲା।ପ୍ରଧାନମନ୍ତ୍ରୀଙ୍କ `ମନ କି ବାତ୍’ କାର୍ଯ୍ୟକ୍ରମ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆଜି 26/11 ଆତଙ୍କବାଦୀ ଆକ୍ରମଣକୁ ୧୫ ବର୍ଷ ପୁରିଛି । ଆଜିର ଦିନକୁ କେବେ ଭୁଲି ହେବ ନାହିଁ ବୋଲି କହିଛନ୍ତି ପ୍ରଧାମନମନ୍ତ୍ରୀ । ଆକ୍ରମଣରେ ସହିଦ ଯବାନ ଓ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ‘ମନ୍‌ କି ବାତ୍‌’ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ମନେ ପକାଇ ଏହାକୁ ଭାରତର ସବୁଠାରୁ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି।ନଭେମ୍ବର ୨୬ କୁ ଆମେ କେବେ ବି ଭୁଲି ପାରିବୁ ନାହିଁ। ଏହି ଦିନ ହିଁ ଦେଶରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ମୁମ୍ବାଇ ଏବଂ ସମଗ୍ର ଦେଶକୁ ଥରାଇ ଦେଇଥିଲେ। ପୂର୍ଣ୍ଣ ସାହସ ସହିତ ଆତଙ୍କବାଦକୁ ମଧ୍ୟ ଦମନ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଏହାସହ ଲୋକାଲ ଫର୍ ଭୋକାଲ୍‌ ପ୍ରସଙ୍ଗ ଉଠାଇଛନ୍ତି ମୋଦି । ଦୀପାବଳି ଭଳି ଅନ୍ୟ ପର୍ବପର୍ବାଣୀରେ ସ୍ଥାନୀୟ କାରିଗରଙ୍କଠାରୁ ଜିନିଷ କିଣିବାକୁ କହିଛନ୍ତି । ଏହାରା କାରିଗରଙ୍କ ରୋଜଗାର ବଢିବା ସହ କୌଳିକ ବୃତ୍ତି ସହ ସେମାନେ ଯୋଡ଼ି ରହିବେ । ‌ଭୋକାଲ ଫର୍ ଲୋକାଲ୍ ଦେଶର ସ୍ଥିର ବିକାଶର ଗ୍ୟାରେଣ୍ଟି ବୋଲି କହିଛନ୍ତି ମୋଦି । ଏହାସହ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପିଏମ୍ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!