ଅଷ୍ଟ୍ରେଲିଆକୁ ୪୪ ରନ୍‌ ହରାଇଲା ଭାରତ

ଥିରୁଅନନ୍ତପୁରମ୍‌,୨୭।୧୧: ଥିରୁଅନନ୍ତପୁରମ୍‌ରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ T-20ରେ ଟସ୍‌ ଜିତି ଭାରତକୁ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ଦେଇଥିଲା। ଓପ୍‌ନିଂ କରିବାକୁ ଆସିଥିଲେ ଯଶସ୍ୱୀ ଜୈସୱାଲ ଓ ଋତୁରାଜ ଗାଏକୱାଡ। ପ୍ରଥମ ଓଭରରୁ ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଜୈସୱାଲ ୨୫ଟି ବଲ୍‌ ଖେଳି ୫୩ ରନ୍‌ କରି ନାଥନ୍‌ ଏଲିସ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ତା’ପରେ ଆସିଥିଲେ ଈଶାନ କିଶନ୍‌। ସେ ଗାଏକୱାଡଙ୍କ ସହ ମିଶି ପାଳି ସମ୍ଭାଳିଥିଲେ। ସେ ୩୨ ବଲ ଖେଳି ୫୨ ରନ୍‌ କରି ଷ୍ଟଇନିସ୍‌ଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ। ଈଶାନଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ କ୍ୟାପ୍‌ଟେନ୍‌ ସୂର୍ଯ୍ୟକୁମାର ଯାଦବ। ସେ ୧୯ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ପଛେ ପଛେ ଗାଏକୱାଡ ୫୮ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ପରେ ଆସିଥିଲେ ତୀଳକ ବର୍ମା। ସେ ରିଙ୍କୁ ସିଂହ ସହ ପାଳି ସମ୍ଭାଳିଥିଲେ। ତୀଳକ ୭ ରନ୍‌ କରି ଆଉଟ ହୋଇଥିଲେ। ହେଲେ ରିଙ୍କୁ ଜବରଦସ୍ତ ପାଳି ଖେଳିଥିଲେ। ସେ ୯ ବଲ୍‌ରେ ୩୧ ରନ୍‌ କରିଥିଲେ। ଯାହାଫଳରେ ଭାରତ ୨୦ ଓଭରରେ ୨୩୫ ରନ୍‌ କରିପାରିଥିଲା।ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଯୁବ କ୍ରିକେଟରମାନେ ଚମକପ୍ରଦ ପ୍ରଦର୍ଶନ କରି କଙ୍ଗାରୁ ଟିମ୍ କୁ ୪୪ ରନ୍ ରେ ପରାସ୍ତ କରିଛନ୍ତି ।ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଅମନ୍ତ୍ରଣ ଦେଇଥିଲା ଅଷ୍ଟ୍ରେଲିଆ । କିନ୍ତୁ ଅଧିନାୟକଙ୍କ ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ କରିଥିଲେ ଭାରତୀୟ ବ୍ୟାଟର୍ । ଦଳ ତରଫରୁ ଋତୁରାଜ ଗାଏକୱାଡ, ଇଷାନ କିଶନ ଓ ଜଶସ୍ୱୀ ଜୟସ୍ୱାଲ ଅର୍ଧଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆ ତରଫରୁ ନାଥନ ଏଲିସ ୩ ୱିକେଟ ନେଇଥିଲେ ।୨୩୬ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଅତିଥି ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୯୧ ରନ୍ କରିପାରିଛି । ଏପରିକି ବିପକ୍ଷ ଦଳର ମାଥ୍ୟୁ ୱେଡଙ୍କ ଲଢୁଆ ବ୍ୟାଟିଂ କାମକୁ ଆସିପାରି ନାହିଁ । ଭାରତୀୟ ବୋଲର୍ ପ୍ରସିଦ୍ଧ କୃଷ୍ଣ ଓ ରବି ବିଷ୍ଣୋଇ ୩-୩ ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ, ମୁକେଶ କୁମାର ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!